Odisha Link
Bridging the Missing Links in Odisha

ଛାତ୍ରୀଙ୍କ ହାତଗୋଡ଼ ବାନ୍ଧି ଜାଳିଦେଲେ!

କଟକ: କଟକ ମାନସିଂହପାଟଣା ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଳନ୍ତା ଘର ଭିତରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଜଣେ ଗୁରୁତର ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଜଳୁଥିବା ଏକ ଘର ଭିତରୁ ଛାତ୍ରୀ ଜଣଙ୍କ ଉଦ୍ଧାର ହୋଇଛନ୍ତି। ଘର ଭିତରୁ ଛାତ୍ରୀଙ୍କ ହାତଗୋଡ଼ ବନ୍ଧା ଯାଇଥିବା ସୂଚନା ମିଳିଛି।

ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। କିନ୍ତୁ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ଛାତ୍ରୀ ଜଣକ ସ୍ଥାନୀୟ କଲେଜରେ ପଢୁଥିବା ବେଳେ ସେ ଏକ ଭଡ଼ାଘରେ ରହୁଥିଲେ।

ନିଆଁ ଲାଗିଯିବା କାରଣରୁ ଛାତ୍ରୀ ଜଣକ ଆହତ ହୋଇଥିବା ଜଣାପଡ଼ିଛି। ପୋଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଛି। ତଦନ୍ତ ଶେଷ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିବ।

Comments are closed.