Odisha Link
Bridging the Missing Links in Odisha

ଆମେ ଖୁସିରେ କୁଣ୍ଢାକୁଣ୍ଢି-ଘସାଘସି ହେଉ: ସୁର

ଭୁବନେଶ୍ବର: ଆଜି ଭୁବନେଶ୍ବର କଂଗ୍ରେସ ଭବନରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି। ବାରମ୍ବାର ନିଜ ଭିତରେ ମାରପିଟ ଲାଗିବା ଯେମିତି କଂଗ୍ରେସ ପାଇଁ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି। କଂଗ୍ରେସ ଭବନରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି ।

ଏହାକୁ ନେଇ କଂଗ୍ରେସର ବିଧାୟକ ସୁର ରାଉତରାୟ ନିଜର ପ୍ରତିୟାକ ପ୍ରକାଶ କରିଛି। ଏନେଇ ସୁର କହିଛନ୍ତି ଯେ, ଆମେ ଖୁସିରେ କୁଣ୍ଢାକୁଣ୍ଡି ହେଉଥିଲୁ। ଆମ ଦଳରେ ଆନନ୍ଦରେ ଆମେ ବେଳେବେଳେ ଖୁସିରେ ଏମିତି ରମ୍ପାରମ୍ପି ହେଉ। ଏହା ସହିତ ସେ ଆହୁରି କହିଛିିନ୍ତି ଯେ, ଭାଷା କଥା ଅପାଣମାନେ କହୁଛନ୍ତି ଜଗ୍ନନାଥ ଓ ଲିଙ୍ଗରାଜ ରଥରେ ଗଲେ ଯଦି ଭାଷା ନ କହିବେ ତେବେ ରଥ ଗଢ଼ିବ ନାହିଁ ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି।

ଅନ୍ୟପଟେ ଏହି ଗୋଷ୍ଠୀ କନ୍ଦଳକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଏହାର ତଦନ୍ତ କରାଯିବ। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। କଂଗ୍ରେସ ଭବନ ଗଣ୍ଡଗୋଳ ସମ୍ପର୍କରେ ନିଜ ପ୍ରତିକ୍ରିୟା ରଖି ଏହା କହିଛନ୍ତି ନିରଞ୍ଜନ ପଟ୍ଟନାୟକ। ଏନେଇ ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯିବ ବୋଲି ନରଞ୍ଜନ ପଟ୍ଟନାୟକ କହିଛନ୍ତି।

Comments are closed.