Odisha Link
Bridging the Missing Links in Odisha

କାଲି ଭାରତ ବନ୍ଦ, ବ୍ୟବସାୟୀ ମହାସଂଘର ସମର୍ଥନ

ଭୁବନେଶ୍ବର: ଫେବ୍ରୁଆରୀ ୨୬ ଅର୍ଥାତ୍ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛି। ବ୍ୟବସାୟ ସଂଘ ପକ୍ଷରୁ ଦେଶବ୍ୟାପୀ ଭାରତ ବନ୍ଦ ଡାକରାକୁ ସମର୍ଥନ କରିବା ସହିତ କଟକ ନଗର ବ୍ୟବସାୟୀ ମହାସଂଘ ମଧ୍ୟ ଭାରତ ବନ୍ଦକୁ ସମର୍ଥନ କରିବ ବୋଲି ଘୋଷଣା କରିଛି। ଜିଏସଟି ଜଟିଳତା ଦ୍ୱାରା ବ୍ୟବସାୟୀମାନେ ଆର୍ଥିକ ଓ ମାନସିକ ସ୍ତରରେ ଅତିଷ୍ଠ ହୋଇସାରିଲେଣି। ତା ଛଡ଼ା ଜିଏସଟି ଆଇନ ଯୋଗୁଁ ବ୍ୟବସାୟ କରିବା ମୁସ୍କିଲ ହୋଇପଡ଼ିଲାଣି ବୋଲି ମହାସଂଘ କହିଛି।

କଟକ ମାଲଗୋଦାମ ବଣିକ ସଂଘ କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ମହାସଂଘ ବନ୍ଦ ଡାକରାକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି କଟକ ବ୍ୟବସାୟୀ ସଂଘ।
ଜିଏସଟି, ବର୍ଦ୍ଧିତ ତୈଳ ଦର ଓ ଇ-ୱେ ବିଲ୍‌ ଭଳି ଏକାଧିକ ପ୍ରସଙ୍ଗ ବିରୋଧରେ ଟ୍ରେଡ୍ ୟୁନିୟନ ପକ୍ଷରୁ ଭାରତ ବନ୍ଦର ଡାକରା ଦିଆଯାଇଛି। ଟ୍ରେଡ ୟୁନିୟନର ଏହି ବନ୍ଦ ଡାକରାକୁ ଦେଶରେ ଥିବା ୪୦ ହଜାର ଟ୍ରେଡ୍‌ ଆସୋସିଏସନ ସମର୍ଥନ ଘୋଷଣା କରିଛନ୍ତି।

ଏହାବାଦ ସର୍ବଭାରତୀୟ ପରିବହନ କଲ୍ୟାଣ ଆସୋସିଏସନ ମଧ୍ୟ ବନ୍ଦରେ ସାମିଲ ହେବ। ସେମାନେ ସମଗ୍ର ଦେଶରେ ଚକା ଜାମ କରିବେ। ଏହାର ଅର୍ଥ ଆସନ୍ତାକାଲି ଗାଡ଼ି ମୋଟର ମଧ୍ୟ ଚାଲିବ ନାହିଁ। ସେହିପରି ଦୋକାନ ବଜାର ମଧ୍ୟ ଖୋଲିବ ନାହିଁ। ଉଭୟ ସଂଗଠନ ଇ-ୱେ ବିଲ୍‌କୁ ସରକାର ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି।

ସେହିପରି ଦେଶରେ ତୈଳ ଦର ଉପରେ ଲାଗୁଥିବା ଟିକସ୍‌କୁ ହଟାଯାଉ ବୋଲି ପ୍ରସ୍ତାବ ରଖିଛନ୍ତି। ଜିଏସଟିରେ ଥିବା ବିଭିନ୍ନ ବ୍ୟବସ୍ଥା ଦ୍ୱାରା ବ୍ୟବସାୟୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ଟ୍ରେଡ ୟୁନିୟନ ଆସନ୍ତାକାଲି ସମଗ୍ର ଦେଶରେ ବନ୍ଦ ପାଳନ କରିବ ବୋଲି କହିଛି।

Comments are closed.