Odisha Link
Bridging the Missing Links in Odisha

ଯାତ୍ରୀଙ୍କ ଠାରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

କୋଝିକୋଡେ: ରେଳ ଷ୍ଟେସନରେ ଜଣେ ଯାତ୍ରୀଙ୍କ ଠାରୁ ମିଳିଲା ବିପୁଳ ମାତ୍ରାରେ ବିସ୍ଫୋରକ । କେରଳ କୋଝିକୋଡେ ରେଳ ଷ୍ଟେସନରେ ୧୦୦ରୁ ଅଧିକ ଜେଲୋଟିନ ଷ୍ଟିକ ଓ ୩୫୦ଟି ଡିଟେନେଟୋର୍ସ ଜବତ କଲା ପୁଲିସ।

ଏହି ଘଟଣା ପରେ ପରେ ପୂରା ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି ସୁରକ୍ଷାକର୍ମୀଙ୍କୁ ଆଲର୍ଟ ଜାରି କରାଯାଇଛି।

ପ୍ରକାଶ ଯେ, ଚେନ୍ନାଇ-ମଙ୍ଗଳପୁରମ ଏକ୍ସପ୍ରେସରେ ଯାତ୍ରା କରୁଥିବା ବେଳେ ରେଳବାଇ ପୁଲିସ୍‌ ଜମେ ମହିଳଙ୍କ ଠାରୁ ବିସ୍ଫୋରକ କରିଛି।ମହିଳା ଜଣଙ୍କ ବିସ୍ଫୋରକ ସାମଗ୍ରୀଗୁଡ଼ିକୁ ଟ୍ରେନ୍‌ର ସିଟ୍‌ ତଳେ ରଖିଥିଲେ।

ମହିଳା ଜଣଙ୍କ ହେଲେ ରମାଣୀ। ସେ ତାମିଲନାଡୁରେ ରୁହନ୍ତି । ବିସ୍ଫୋରକ ଜବତ ହେବା ପରେ ତାଙ୍କୁ ପୁଲିସ ନିଜ ହେପାଜତକୁ ନେଇ ପଚରାଉଚରା କରୁଛି। ସେହିପରି ମହିଳା ଜଣଙ୍କ କାହିଁକି ଏତେ ପରିମାଣର ବିସ୍ଫୋରକ ଟ୍ରେନରେ ନେଇ ଯାତ୍ରା କରୁଥିଲେ, ତାହା ଜଣା ପଡ଼ିନାହିଁ।

Comments are closed.