Odisha Link
Bridging the Missing Links in Odisha

ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ମୃତଦେହ ଠାବ

ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ମୃତ ଦେହ ଉଦ୍ଧାର । ସ୍ଥାନୀୟ ଲୋକ ମୃତ ଦେହ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମୃତକ ଜଣକ ହେଲେ ଦୁର୍ଗା ପଣ୍ଡା। ତାଙ୍କ ନିଜ ଘର ହିଞ୍ଜିଳି ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ନୂଆପଲ୍ଲୀ ଅଞ୍ଚଳରେ। ସେ ପେଣ୍ଠସାହିରେ ଭଡା ଘରେ ରହୁଥିଲେ । ତାଙ୍କୁ କେହି ହତ୍ୟାକରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଇଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି।

Comments are closed.