Odisha Link
Bridging the Missing Links in Odisha

ନୀଳଗିରିରେ ହାତୀ ଆତଙ୍କ

ନୀଳଗିରି: ଖାଦ୍ୟ ଅନ୍ବେଷଣ ପାଇଁ ନୀଳଗିରି ସହର ମୁହାଁ କୁଳଡିହା ହାତୀ। ପ୍ରତିଦିନ ହାତୀମାନେ ସ୍ଥାନୀୟ ଅଞ୍ଚଳକୁ ଆସି ଆତଙ୍କ ସୃଷ୍ଟି କରୁଛନ୍ତି।

ଜାଉଁରୀ ,ବେତଶୂଳ,ଛୋଟ କାନପୁର ଅଞ୍ଚଳରେ ହାତୀପଲ ଆସି ଧାନ ଚାଉଳ ନଷ୍ଟ କରିବା ସହ ଘର ଦ୍ୱାର ଭାଙ୍ଗୁଛନ୍ତିଆଜି ମଧ୍ୟ ଦୁଇଟି ହାତୀ କୁଳଡିହା ଅଭୟାରଣ୍ୟରୁ ଆସି ମିରିଗିଣୀ ପାର ହୋଇ ନୀଳଗିରି ସହର ନିକଟ ଘାଟ ଘର ସାହି ଅଞ୍ଚଳରେ ପହଞ୍ଚିଥିଲେ।

ଅଞ୍ଚଳବାସୀ ଭୟଭୀତ ହୋଇ ମିଳିତ ଭାବେ ଟର୍ଚ୍ଚ ପକାଇ ନିଆଁ ଜାଳି ଘଉଡାବା ପାଇଁ ଚେଷ୍ଟା କରିଥିଲେ। ହାତୀ ଦୁଇଟି ପଛ ଘୁଞ୍ଚା ଦେବା ପରିବର୍ତ୍ତେ ପାଖରେ ହୋଇଥିବା ପରିବା ଫସଲରେ ଉପଦ୍ରବ କରିଥିଲେ।

ଗୋଟେ ବିଶାଳ ଦନ୍ତା ଓ ଗୋଟେ ମାଈ ହାତୀଥିବା ବେଳେ ସହର ମୁହାଁ ହାତୀ ଆସିବା ଦେଖି ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି। ନୀଳଗିରି ବନ ବିଭାଗ ଖବର ପାଇ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି।

Comments are closed.