Odisha Link
Bridging the Missing Links in Odisha

ମାର୍ଚ୍ଚ ୧୫ରେ ଓସ୍କାର ମନୋନୟନ ତାଲିକା, ଅପେକ୍ଷାରେ ‘କାଲିର ଅତୀତ’ ସମେତ ୩ ଭାରତୀୟ ସିନେମା

ଭୁବନେଶ୍ବର: ଆଉ ସପ୍ତାହ ପରେ ୯୩ତମ ଏକାଡେମୀ ପୁରସ୍କାର (ଓସ୍କାର) ମନୋନୟନ ପ୍ରକ୍ରିୟା ଆରମ୍ଭ ହେବ। ମାର୍ଚ୍ଚ ୧୫ ତାରିଖରେ ଚୂଡ଼ାନ୍ତ ମନୋନୟନ ତାଲିକା (ଅଫିସିଆଲ୍‌ ନୋମିନେସନ୍) ପ୍ରକାଶ ପାଇବ। ଏଥିପାଇଁ ଯେଉଁ ଦୀର୍ଘ ସିନେମା ତାଲିକା ପ୍ରକାଶ ପାଇଛି ଏଥିରେ ବିଶ୍ବର ମୋଟ ୩୬୬ଟି ଫିଚର ସିନେମା ସ୍ଥାନ ପାଇଥିବା ବେଳେ ଭାରତରୁ ତିନୋଟି ସିନେମା ରହିଛି।

ନୀଳମାଧବ ପଣ୍ଡାଙ୍କ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ ସମେତ ପ୍ରିୟଙ୍କା ଚୋପ୍ରା ଅଭିନୀତ ଚଳଚ୍ଚିତ୍ର ‘ହ୍ବାଇଟ୍‌ ଟାଇଗର୍’ ଓ ସୁରିୟାଙ୍କ ତାମିଲ ସିନେମା ‘ସୁରାରାଇ ପୋଟ୍ରୁ’ ଏହି ଦୌଡ଼ରେ ସାମିଲ ହୋଇଛନ୍ତି। ବିଶ୍ବର ଏହି ଅନ୍ୟତମ ପ୍ରସିଦ୍ଧ ଚଳଚ୍ଚିତ୍ର ପୁରସ୍କାରର ଜେନେରାଲ୍‌ ଏଣ୍ଟ୍ରୀ କାଟେଗୋରୀରେ ‘ସୁରାରାଇ ପୋଟ୍ରୁ’ ଓ ‘କାଲିର ଅତୀତ’ ଆବେଦନ କରାଯାଇଛି। ଏହି କାଟେଗୋରୀରେ ପ୍ରବେଶ କରିବା ପାଇଁ ୧୨ ହଜାର ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୮ ଲକ୍ଷ ୪୦ ହଜାର ଟଙ୍କା ମଧ୍ୟ ଦେବାକୁ ହୋଇଥାଏ।

ମାର୍ଚ୍ଚ ୧୫ ତାରିଖରେ ଚୂଡ଼ାନ୍ତ ମନୋନୟନ ତାଲିକା (ଅଫିସିଆଲ୍‌ ନୋମିନେସନ୍) ପ୍ରକାଶ ପାଇବ। ଏଥିରେ ସ୍ଥାନ ପାଇଥିବା ସିନେମା ପୁରସ୍କାର ଲାଗି ଦୌଡ଼ରେ ରହିବେ। ଏକାଡେମୀ ଅଫ୍‌ ମୋସନ୍‌ ପିକ୍ଚର୍, ଆର୍ଟ ଆଣ୍ଡ ସାଇନ୍ସ ପକ୍ଷରୁ ଆସନ୍ତା ଏପ୍ରିଲ ୧୫ରେ ଓସ୍କାର ପୁରସ୍କାର ପ୍ରଦାନ କରାଯିବ।

Comments are closed.