Odisha Link
Bridging the Missing Links in Odisha

ମୁକେଶ ଅମ୍ବାନୀଙ୍କ ଘର ସାମ୍ନାରୁ ବିସ୍ଫୋରକ ଭର୍ତ୍ତି ଏସୟୁଭି କାରକୁ ଜବତ

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ଘର ସାମ୍ନାରୁ ଏକ ବିସ୍ଫୋରକ ଭର୍ତ୍ତି ଏସୟୁଭି କାରକୁ ଜବତ। ସୁରକ୍ଷାକର୍ମୀ କାରକୁ ଜବତ କରିବା ସହ ପୁଲିସକୁ ଖବର ଦେଇଥିଲେ।

କାର ଭିତରରୁ ୨୦ଟି ଜିଲୋଟିନ୍ ଷ୍ଟିକ୍ ମିଳିଛି। ଘଟଣାସ୍ଥଳରେ ବମ୍ ସ୍କ୍ୱାଡ ପହଞ୍ଚିବା ସହ, ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ ବୋଲି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, , ଗତକାଲି ବିଳମ୍ବିତ ରାତି ୧ଟା ସମୟରେ କାରଟି ଆଣ୍ଟିଲିଆ ସାମ୍ନାରେ ଆସି ଛିଡ଼ା ହୋଇଥିଲା । ତେବେ ଦୁଇଟି ଗାଡ଼ି ଆସିଥିବା ସୂଚନା ମିଳିଛି । ଏସୟୁଭି ଡ୍ରାଇଭର କାରକୁ ପାର୍କ କରି ସେ ସ୍ଥାନରୁ ପଳାଇ ଯାଇଥିଲା ।

ସନ୍ଦିଗ୍ଧ କାର ବିଷୟରେ ସୁରକ୍ଷାକର୍ମୀମାନେ ପୋଲିସକୁ ଖବର ଦେଇଥିଲେ । ତେବେ ଗାଡ଼ିରୁ ମିଳିଥିବା କିଛି ନମ୍ବର ପ୍ଲେଟ୍ ମୁକେଶଙ୍କର ସୁରକ୍ଷାରେ ଥିବା କିଛି ଗାଡ଼ିର ନମ୍ବର ସହ ମ୍ୟାଚ କରିଥିବା ଜଣାପଡ଼ିଛି ।

Comments are closed.