Odisha Link
Bridging the Missing Links in Odisha

ଖାକିରେ ଦାଗ, ଭିଜିଲାନ୍ସ ଜାଲରେ ଥାନା ବାବୁ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ପୁଣି ଆଉ ଜଣେ ସରକାରୀ ବାବୁ। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ।

ନିହଲ ପ୍ରସାଦ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ଏକ ଯୌତୁକ ଜନିତ ମାମଲାରେ ୩୦୭ଦଫା କାଟିବାକୁ ଲାଞ୍ଚ ନେବା ସମୟରେ ଧରା ପଡିଥିଲେ । ତାଙ୍କ ନିକଟରୁ ୬ ହଜାର ଟଙ୍କା ଜବତ କରାଯାଇଛି । ଲାଞ୍ଚ ଟଙ୍କା ସହ ଜଣେ ହୋମଗାର୍ଡକୁ ମଧ୍ୟ ଭିଜିଲାନ୍ସ ଟିମ୍ କାବୁ କରିଛି ।

Comments are closed.