Odisha Link
Bridging the Missing Links in Odisha

ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ

ଜଟଣୀ: ନଦୀକୁ ଗାଧୋଇ ଯାଇ ବୃଦ୍ଧ ନିଖୋଜ। ଏହି ଘଟଣାଟି ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟସ୍ଥ ନିରଞ୍ଜନପୁର ଗ୍ରାମରେ ଘଟିଛି। ନିଖୋଜ ବୃଦ୍ଧ ହେଲେ ଦେବରାଜ ଜେନା(୬୫) । ସେ ଶୁକ୍ରବାରଠାରୁ ଖଣିକୁ ଗାଧୋଇବାକୁ ଯାଇ ଆଉ ଫେରି ନାହାନ୍ତି।

ତେବେ ଖଣିର ଗଭୀର ଗଣ୍ଡ ପାଣିରେ ଡୁବି ଯାଇଥିବା ସନ୍ଦେହ କରାଯାଉଛି । ଦମକଳ ବାହିନୀ ବହୁ ସମୟ ଧରି ଖୋଜିଥିଲେ ମଧ୍ୟ ଦେବରାଜଙ୍କର କୌଣସି ପତ୍ତା ମିଳିନାହିଁ ।ସେଥିରେ ପାଣି ଝରି ଗଭୀର ଗଣ୍ଡମାନ ସୃଷ୍ଟି ହୋଇଛି । ଶୁକ୍ରାବର ପୂର୍ବାହ୍ନରେ ଦେବରାଜ ଏକ ଖଣିକୁ ଗାଧୋଇବାକୁ ଯାଇଥିଲେ ।

ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖଣି କୂଳକୁ ଯାଇ ଖୋଜାଖୋଜି କରିଥିଲେ । କିନ୍ତୁ ତାଙ୍କର ତାଙ୍କର ଗାମୁଛା ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା । ତେଣୁ ପରିବାର ଲୋକେ ଦମକଳ ବାହିନୀ ସାହାଯ୍ୟ ଲୋଡ଼ିଥିଲେ ।

Comments are closed.