ତାମିଲନାଡ଼ୁ: ବିଧାନସଭା ନିର୍ବାଚନ ପୂର୍ବରୁ ଓଲଟପାଲଟ, ରାଜନୀତିରୁ ସନ୍ନ୍ୟାସ ନେଲେ ଶଶିକଳା

ଚେନ୍ନାଇ: ଆଗକୁ ତାମିଲନାଡ଼ୁ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ତାମିଲନାଡ଼ୁ ରାଜନୀତିରେ ବଡ଼ ଧରଣର ଓଲଟପାଲଟ ହୋଇଛି। ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସହଯୋଗୀ ରହିଥିବା ତଥା ଆୟ ବର୍ହିଭୂତ ସଂପତ୍ତି ଠୂଳ ମାମଲାରେ ଜେଲରୁ ନିକଟରେ ମୁକୁଳିଥିବା ଶଶିକଳା ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି। ସେ କହିଛନ୍ତି ଯେ, କେବେ ବି କ୍ଷମତା କି ପଦ ଚାହିଁ ନାହାନ୍ତି। ସର୍ବଦା ଲୋକଙ୍କ ଉନ୍ନତି ଏବଂ ଆମ୍ମା(ଜୟଲଳିତା)ଙ୍କ ଦ୍ଵାରା ପ୍ରଦର୍ଶିତ ମାର୍ଗରେ ଚାଲିବେ।
ଶଶିକଳା ଆହୁରି କହିଛନ୍ତି, “ଜୟା(ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା) ବଞ୍ଚିଥିବା ବେଳେ ମଧ୍ୟ ମୁଁ କେବେ ହେଲେ କ୍ଷମତା କିମ୍ବା ପଦ ପଛରେ ଗୋଡ଼ାଇ ନଥିଲି। ସେ ପ୍ରାଣ ହରାଇବା ପରେ ମଧ୍ୟ ମୁଁ ସେମିତି କିଛି ବି କରିବି ନାହିଁ। ଏଥିପାଇଁ ମୁଁ ରାଜନୀତିକୁ ସବୁଦିନ ପାଇଁ ପାଇଁ ବାଏବାଏ କହୁଛି। ହେଲେ ଜୟାଙ୍କ ପାର୍ଟି(ଏଆଇଏଡିଏମକେ) ଜିତୁ ବୋଲି ମୁଁ ପ୍ରାର୍ଥନା କରୁଛି। ସେହିପରି ଜୟାଙ୍କ ଲିଗାସି ଆଗକୁ ବଢ଼ୁ ବୋଲି ମୁଁ ଚାହୁଁଛି ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ,ମୁଁ ଏଆଇଏଡିଏମକେର କର୍ମୀମାନଙ୍କୁ ନିବେଦନ କରିବାକୁ ଚାହେଁ ଯେ ସେମାନେ ଏକାଠି କାମ କରି ଡିଏମକେକୁ ପରାସ୍ତ କରନ୍ତୁ। ଜୟାଙ୍କ ଲିଗାସିକୁ ଆଗକୁ ନେବାକୁ ଦଳର କର୍ମୀମାନେ କାର୍ଯ୍ୟ କରି ଚାଲନ୍ତୁ। ”
Tamil Nadu: In a statement, VK Sasikala says she is quitting public life; asks the AIADMK cadre to stand united and ensure DMK is defeated in forthcoming Assemlby elections.
(file photo) pic.twitter.com/qEXfWLkXhq
— ANI (@ANI) March 3, 2021
୬୪ କୋଟି ଟଙ୍କାର ଆୟବର୍ହିଭୂତ ମାମଲାରେ ୨୦୧୭ ଫେବୃଆରୀରେ ଶଶିକଳା ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ସେହି ଦିନ କୋର୍ଟ ଦଣ୍ଡାଦେଶ ଶୁଣାଇଥିଲେ। ସୁପ୍ରିମକୋର୍ଟ ଶଶିକଳା ଏବଂ ତାଙ୍କର ଦୁଇ ଜଣ ସଂପର୍କୀୟଙ୍କ ବିରୋଧରେ ନିମ୍ନ ଅଦାଲତ ଦେଇଥିବା ଜେଲ୍ ଦଣ୍ଡାଦେଶକୁ କାଏମ ରଖିଥିଲେ। ଏହା ପରେ ୨୦୧୭ ଫେବୃଆରୀ ୧୫ରେ ଶଶିକଳା ଅଦାଲତରେ ଆତ୍ମ ସମର୍ପଣ କରିଥିଲେ। ଅଦାଲତ ତାଙ୍କୁ ଜେଲ୍ ଦଣ୍ଡ ସହିତ ୧୦ କୋଟି ଟଙ୍କା ବ୍ୟତୀତ ୧୦ ହଜାର ଟଙ୍କା ଜରିମାନା ଲଗାଇଥିଲେ।
ସୂଚନାଥାଉକି, ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ଆୟୋଗ ତାରିଖ ମଧ୍ୟ ଘୋଷଣା କରି ସାରିଛନ୍ତି। ରାଜ୍ୟରେ ସମସ୍ତ ୨୩୪ ଆସନରେ ଗୋଟିଏ ପର୍ଯ୍ୟାୟରେ ଏପ୍ରିଲ ୬ରେ ମତଦାନ ହେବ। ମେ ୨ରେ ଫଳାଫଳ ଘୋଷଣା ହେବ।
Comments are closed.