Odisha Link
Bridging the Missing Links in Odisha

ଲାଲୁଙ୍କ ରେଜେଇ-ତକିଆ ଚୋରି ,ପୁଲିସ କର୍ମଚାରୀଙ୍କୁ ସ୍ପଷ୍ଟୀକରଣ ମାଗିଲେ ଏଏସପି

ରାଞ୍ଚି : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆରଜେଡି ପ୍ରମୁଖ ଲାଲୁ ଯାଦବଙ୍କ ରେଜେଇ, ଗଦି ଏବଂ ତକିଆ କେହି ଚୋରି କରି ନେଇଛି। ତାଙ୍କୁ ଝାଡଖଣ୍ଡ ରାଜଧାନୀ ରାଞ୍ଚି ସ୍ଥିତ ରିମ୍ସ ପକ୍ଷରୁ ରେଜେଇ, ଗଦି ଏବଂ ତକିଆ ଦିଆଯାଇଥିଲା।

ପ୍ରକାଶ ଯେ, ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦଣ୍ଡ ଭୋଗୁଥିବା ଲାଲୁ ଯାଦବ ରିମ୍ସର କେଲି ବଙ୍ଗଳାରେ ରହି ନିଜର ଚିକିତ୍ସା କରାଉଥିଲେ । ସେହି ସମୟରେ ଲାଲୁଙ୍କ ସୁରକ୍ଷାରେ ରାଞ୍ଚି ପୋଲିସର ୧୦ କର୍ମଚାରୀ ନିୟୋଜିତ ଥିଲେ ।

ସେତେବେଳେ ରିମ୍ସ ପକ୍ଷରୁ ତାଙ୍କୁ ଗଦି, ରେଜେଇ, ତକିଆ ଏବଂ ଚଦର ଦିଆଯାଇଥିଲା । ପରେ ଲାଲୁଙ୍କୁ ଚିକିତ୍ସା ପାଇଁ ରିମ୍ସରୁ ଦିଲ୍ଲୀ ପଠାଯାଇଥିଲା । ଲାଲୁଙ୍କ ସୁରକ୍ଷାରେ ଥିବା ପୁଲିସ କର୍ମଚାରୀ ରିମ୍ସ ପକ୍ଷରୁ ମିଳିଥିବା ଗଦି, ରେଜେଇ ଏବଂ ତକିଆ ସହ ଅନ୍ୟ ସାମଗ୍ରୀ ନିଜ ସାଥିରେ ନେଇଯାଇଥିଲେ।

ରିମ୍ସ ସେ ସବୁ ସାମଗ୍ରୀକୁ ଫେରାଇବାକୁ କହିବା ସତ୍ତ୍ବେ କେହି ଫେରାଇ ନଥିଲେ। ଏହାପରେ ରିମ୍ସ ପ୍ରଶାସନ ରାଞ୍ଚିର ଏଏସପିଙ୍କୁ ଚିଠି ଲେଖିଛନ୍ତି । ଏହାପରେ ଏଏସପି ସେହି ପୁଲିସ କର୍ମଚାରୀଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି । ଏହାସହ ଖୁବ୍ ଶୀଘ୍ର ସେସବୁ ଫେରାଇବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.