Odisha Link
Bridging the Missing Links in Odisha

‘ଯୌତୁକରେ କ୍ରେଟା କାର ଦେଇ ପାରିଲିନି ବୋଲି ଝିଅକୁ ମାରିଦେଲେ’

ନୂଆଦିଲ୍ଲୀ: ଗୁରୁଗ୍ରାମରେ ଜଣେ ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ସ୍ବାମୀ ଓ ଶ୍ବଶୁରଘର ବିରୋଧରେ ଏକ ଯୌତୁକ ହତ୍ୟା ମାମଲା ରୁଜୁ କରିଛନ୍ତି। ମୃତ ମହିଳାଙ୍କ ନାମ ତନୁଜା ଓ ସେ ଏକ ବ୍ୟାଙ୍କରେ କାମ କରୁଥିଲେ। ମୃତକ ତନୁଜାଙ୍କ ବାପା ଅଭିଯୋଗ କରି କହିଛନ୍ତି ଯେ, ସେ ଯୌତୁକରେ ଜ୍ବାଇଁଙ୍କୁ କ୍ରେଟା କାର୍‌ ଦେଇ ନଥିଲେ। ସେଥିପାଇଁ ସୋମାନେ ମୋ ଝିଅକୁ ବିଷ ଦେଇ ମାରି ଦେଇଛନ୍ତି।

ସୂଚନାଯୋଗ୍ୟ, ମୃତ୍ୟୁର ୩ଦିନ ପୂର୍ବରୁ ମାର୍ଚ୍ଚ ୭ ତାରିଖରେ ସନ୍ଦୀପଙ୍କ ପରିବାର ସଦସ୍ୟ ତନୁଜାଙ୍କ ବାପାଙ୍କୁ ଡାକି କହିଥିଲେ ଯେ ତନୁଜା ହସ୍ପିଟାଲରେ ଆଡମିଟ୍ ଅଛନ୍ତି। ପୋଲିସ ମୃତକଙ୍କ ପିତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ସ୍ୱାମୀ ସନ୍ଦୀପ ଏବଂ ତାଙ୍କ ପରିବାର ବିରୋଧରେ ଆଇପିସିର ଧାରା ୩୦୪ ବି (ଯୌତୁକ ହତ୍ୟା) ଏବଂ ଧାରା ୪୯୮ ଏ ଅର୍ଥାତ୍ ଯୌତୁକ ଦାବିରେ ଅନ୍ୟ ଏକ ମାମଲା ରୁଜୁ କରିଥିଲା। ବର୍ତ୍ତମାନ ବିଲାସପୁର ପୁଲିସ ଘଟଣାର ତଦନ୍ତ କରୁଛି।

ସୂଚନାଥାଉକି, ତନୁଜା ଗୁରୁଗ୍ରାମର ହାୟତପୁରର ଏକ ଘରୋଇ ବ୍ୟାଙ୍କରେ କାର୍ଯ୍ୟନିର୍ବାହୀ ପଦରେ କାର୍ଯ୍ୟରତ ଥିଲେ। ତନୁଜା ୨୪ ମଇ ୨୦୨୦ରେ ଖାରଖରୀ ଗାଁର ବାସିନ୍ଦା ସନ୍ଦୀପଙ୍କୁ ବିବାହ କରିଥିଲେ।

Comments are closed.