Odisha Link
Bridging the Missing Links in Odisha

ମହାରଥୀଙ୍କ ପରିବାରରୁ ଜଣଙ୍କୁ ଟିକେଟ ମିଳୁ: ସମୀର ଦାଶ

ଭୁବନେଶ୍ୱର: ଆଗକୁ ପିପିଲି ଉପନିର୍ବାଚନ। ପିପିଲି ଉପ-ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ ହୋଇନଥିଲେ ହେଁ ପ୍ରାର୍ଥୀ ଚୟନକୁ ନେଇ ଚାଲିଛି ଛକାପଞ୍ଝା ଲାଗିରହିଛି। ଏହାରି ମଧ୍ୟରେ ଆଜି ପିପିଲି ଉପ-ନିର୍ବାଚନକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୟାନ ରଖିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମହାରଥୀଙ୍କ ପରିବାରରୁ ଜଣଙ୍କୁ ଟିକେଟ ମିଳୁ ବୋଲି ସେ କହିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ପିପିଲି ଲୋକ ମହାରଥୀଙ୍କ ପରିବାରକୁ ଚାହୁଁଛନ୍ତି। ମୋ ପାଖ ନିର୍ବାଚନମଣ୍ଡଳୀ ହୋଇଥିବାରୁ ମୁଁ ଲୋକଙ୍କ ସମ୍ପର୍କରେ ଅଛି। ପିପିଲି ଲୋକଙ୍କ ଇଚ୍ଛା ମହାରଥୀଙ୍କ ପରିବାରରୁ କେହି ପ୍ରାର୍ଥୀ ହେଉ। ପିପିଲି ପ୍ରତି ପ୍ରଦୀପ ମହାରଥୀଙ୍କ ଅବଦାନକୁ ଲୋକ ମନେ ପକାଉଛନ୍ତି। ମହାରଥୀଙ୍କ ଅନୁପସ୍ଥିତିକୁ ଲୋକେ ହୃଦୟଙ୍ଗମ କରୁଛନ୍ତି। ମହାରଥୀଙ୍କ ପରିବାରରୁ କାହାକୁ ମୁଖ୍ୟମନ୍ତ୍ରୀନ ନବୀନ ପଟ୍ଟନାୟକ ପ୍ରାର୍ଥୀ କରନ୍ତୁ ବୋଲି ଲୋକ ଆଗ୍ରହୀ ଅଛନ୍ତି। ଏ ସମ୍ପର୍କରେ ନେତା ଯାହା ନିଷ୍ପତ୍ତି ନେବେ ଲୋକ ଗ୍ରହଣ କରିବେ ବୋଲି ସମୀର ଦାଶ କହିଛନ୍ତି।

Comments are closed.