Odisha Link
Bridging the Missing Links in Odisha

ନିୟମ ଭାଙ୍ଗିବା ଅଭିଯୋଗରେ ନାଗା ସାଧୁଙ୍କୁ ଆକ୍ରମଣ

ପୁରୀ: କୋଭିଡ୍‌ ନିୟମ ଭାଙ୍ଗିବା ଅଭିଯୋଗରେ ନାଗା ସାଧୁଙ୍କୁ ଆକ୍ରମଣ। ନାଗା ସାଧୁ ବୈଷ୍ଣବ ପୁରୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ କରାଯାଇଛି। ନାଗାସାଧୁ ବୈଷ୍ଣବ ପୁରୀ ଆହତ ହୋଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ସୂଚନା ମୁତାବକ, ଶ୍ରୀମନ୍ଦିର ଭିତରେ ପଶି ଜୋର ଜବରଦସ୍ତ ଭାବେ କୋଭିଡ ପାଇଁ ଦୀର୍ଘ ଦିନ ଧରି ବନ୍ଦ ପଡିଥିବା ରୋହିଣୀ କୁଣ୍ଡର ଘୋଡ଼ଣୀ ଖୋଲି ଜଳ ସିଞ୍ଚନ କରିବାକୁ ଉଦ୍ୟମ କରିଥିଲେ ନାଗାସାଧୁ ବୈଷ୍ଣବ। ଏହି ସମୟରେ ସେଠାରେ ମୁତୟନ ଥିବା ଜେଟିପି ବାରଣ କରିବାରୁ କଥା କଟାକଟି ହୋଇଥିଲା।

ଅନ୍ୟପଟେ ନାଗା ସାଧୁ ବୈଷ୍ଣବ ପୁରୀ ତାଙ୍କୁ ସମ୍ପୃକ୍ତ ଜେଟିପି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। ମାଡ ଅଭିଯୋଗକୁ ପୁରୀ ପୋଲିସ୍ ପକ୍ଷରୁ ଖଣ୍ଡନ କରାଯାଇଛି। ବାରଣ କରିବାରୁ ନାଗାସାଧୁ ପୋଲିସକୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ମଧ୍ୟ ହୋଇଛି।

 

Comments are closed.