Odisha Link
Bridging the Missing Links in Odisha

ଆମେ କ’ଣ ଏତେ ଶସ୍ତା ଯେ ଆତ୍ମହତ୍ୟା କରିବୁ: ସୁର

ଭୁବନେଶ୍ୱର: ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ପ୍ରାର୍ଥନା କରିବାକୁ କହିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ସେହିପରି ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବାକୁ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମଧ୍ୟ ଦାବି କରିଛନ୍ତି।ବିଜେପି ବିଧାୟକ ଦଳ ବୈଠକ କରି ଦୁଃଖ ପ୍ରକାଶ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ତେବେ ବିଜେପି ବିଧାୟକ ଭୁଲ କରିଛନ୍ତି, ଏଣୁ କ୍ଷମାପ୍ରାର୍ଥନା କରିବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ବାଚସ୍ପତି। ସେପଟେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ଏସବୁ ଡ୍ରାମା ଚାଲିଛି। କେବଳ ସେତିକି ନୁହେଁ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, ଏସବୁ ହେଉଛି ଡ୍ରାମା, ଆମ ରାଜନୀତି ମଧ୍ୟ ଡ୍ରାମା। ଭୋଟ ପାଇଁ ଆମେ ଯେକୌଣସି ପ୍ରକାର ସୁବିଧା ହାତକୁ ନେଇ ପାରିବୁ। ଭୋଟ ପାଇଁ ବିଜେପି ବିଧାୟକ ଏମିତି କରିଛନ୍ତି।

ଏମିତି କଲେ ତାଙ୍କ ନିର୍ବାଚନ ମଣ୍ଡଳିର ଲୋକ କହିବେ ଚାଷ ପାଇଁ ତାଙ୍କ ହୃଦୟ ଫାଟିଯାଉଛି ତେଣୁ ଦରଦ ଆସିବ। ମୁଁ ବି ଆତ୍ମହୂତୀ ନେଇ ଘୋଷଣା କରିଛି। ଏସବୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସତରେ କଣ ଆତ୍ମହୂତୀ କରି ଦେବି ନାଁ କଣ ? ଆମ କଲିଜା କଣ ଶସ୍ତା କଲିଜା ନା କଣ ? ତେଣୁ ସେ ଯାହା କରିଛନ୍ତି ତା ପାଇଁ କ୍ଷମା ମାଗି ଦିଅନ୍ତୁ।

Comments are closed.