Odisha Link
Bridging the Missing Links in Odisha

ମମତାଙ୍କ ଉପରକୁ ଆକ୍ରମଣ ଘଟଣାର ପ୍ରମାଣ ନାହିଁ: ନିର୍ବାଚନ କମିଶନ

କୋଲକତା: ମମତା ବାନାର୍ଜୀଙ୍କ ଉପରକୁ ଆକ୍ରମଣ ନେଇ ପୁଣି ସରଗରମ ହୋଇଛି ପଶ୍ଚିମବଙ୍ଗର ରାଜନୀତି। ନନ୍ଦିଗ୍ରାମରେ ନାମାଙ୍କନ ଦାଖଲ ପରେ ପ୍ରଚାର ସାରି ଫେରିବା ସମୟରେ ମମତାଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା। ସେନେଇ କୌଣସି ପ୍ରକାର ପ୍ରମାଣ ନାହିଁ। ଏନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନ। ବିଭିନ୍ନ ରିପୋର୍ଟକୁ ଆଧାର କରି ନିର୍ବାଚନ କମିଶନ ଏହା କହିଛନ୍ତି।

ଆଜି ଘଟଣାର ଦ୍ୱିତୀୟ ରିପୋର୍ଟ ପାଇବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଖୋଦ୍‌ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ରିପୋର୍ଟ ଦିଆଯାଇଛି। ମୁଖ୍ୟ ଶାସନ ସଚିବ ଅଲ୍‌ପାନ୍‌ ବନ୍ଦୋପଧ୍ୟାୟ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଶନିବାର ଏକ ରିପୋର୍ଟ ଦାଖଲ କରାଯାଇଥିଲା କିନ୍ତୁ ପରେ ସେଥିରେ ନିର୍ବାଚନ କମିଶନ ସନ୍ତୁଷ୍ଟ ହୋଇନଥିଲେ। ତେଣୁ ରବିବାର ଆଉ ଏକ ରିପୋର୍ଟ ଦିଆଯାଇଥିଲା।

ନିର୍ବାଚନ ଦାୟିତ୍ୱରେ ଥିବା ଦୁଇ ଜଣ ଅଧିକାରୀ କହିଛନ୍ତି ଯେ, ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ମମତାଙ୍କ ସହ ଘଟିଥିବା ଘଟଣା ଆକ୍ରମଣ ନୁହେଁ। କିମ୍ବା କୌଣସି ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ। ଏହା ଏକ ଦୁର୍ଘଟଣା।

ନିର୍ବାଚନ କମିଶନଙ୍କ ଏଭଳି ମନ୍ତବ୍ୟ ପରେ ପଶ୍ଚିମବଙ୍ଗ ରାଜନୀତି ଆହୁରି ସରଗରମ ହୋଇଯାଇଛି। ପୂର୍ବରୁ ମମତାଙ୍କୁ ଆକ୍ରମଣ ଘଟଣାକୁ ବିଜେପି ଡ୍ରାମା ବୋଲି କହିଆସୁଥିଲା। ଏବେ କେନ୍ଦ୍ର ନିର୍ବାଚନ କମିଶନଙ୍କ ବୟାନ୍‌, ବିଜେପିକୁ ଆହୁରି ସମାଲୋଚନାର ଖୋରାକ୍‌ ଯୋଗାଇଛି।

ଅନ୍ୟପଟେ ଡାକ୍ତରଖାନାରୁ ବାହାରିବା ପରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଦିଦି। ହୁଇଲ ଚେୟାରରେ ପ୍ରଚାର ପ୍ରଚାର ଆରମ୍ଭ କରିବେ ମମତା ବାନାର୍ଜୀ। ଏନେଇ ଦଳ ପକ୍ଷରୁ ରୋଡମ୍ୟାପ୍‌ ତିଆରି ହୋଇଛି। ହାଜରା କ୍ରସିଂଠାରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବା ସହ ହ୍ୱିଲ୍ ଚେୟାରରେ ପ୍ରଚାର କରିବାକୁ ବାହାରିଛନ୍ତି ମମତା। ୧୫ ମାର୍ଚ୍ଚରେ ପୁରୁଲିଆଠାରେ ନିର୍ବାଚନୀ ପ୍ରଚାରରେ ସାମିଲ ହେବେ ମମତା। ସେହିପରି ୧୬ ମାର୍ଚ୍ଚରେ ବାଙ୍କୁରା ଓ ୧୭ ମାର୍ଚ୍ଚରେ ଝାରଗ୍ରାମରେ ମମତା ହ୍ୱିଲ୍ ଚେୟାରରେ ବସି ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ।

Comments are closed.