Odisha Link
Bridging the Missing Links in Odisha

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ନିଜ ଜାଲରେ ନିଜେ ଫସିଲେ ନକ୍ସଲ

ମାଲକାନଗିରି: ନିଜ ଜାଲରେ ନିଜେ ଫସିଲେ ନକ୍ସଲ। ଯବାନଙ୍କୁ ଟାର୍ଗେଟ କରି ଆଇଇଡି ଖଞ୍ଜିବା ବେଳେ ବିସ୍ଫୋରଣ ଘଟିଛି। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲା ବେଚାପାଲ-ହେରିପାଲ୍ ରାସ୍ତାରେ ଏହି ବିସ୍ଫୋରଣ ଘଟିଛି। ରାସ୍ତା ନିର୍ମାଣ କାର୍ଯ୍ୟର ସୁରକ୍ଷା ଦାୟିତ୍ବରେ ଥିବା ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ଆଇଇଡି ଖଞ୍ଜୁଥିଲେ।

ବିସ୍ଫୋରଣରେ ନକ୍ସଲ ଲ୍ୟାଣ୍ଡମାଇନ୍‌ ଏକ୍ସପର୍ଟ ସୁନୀଲ ପଦମର ମୃତ୍ୟୁ ହୋଇଛି। ମୃତ ମାଓବାଦୀ ସୁନୀଲ ମିତରୁର ଅଞ୍ଚଳର ହୋଇଥିବା ବେଳେ, ଭେମଗଡ଼ ଏରିଆ କମିଟି ସଦସ୍ୟ ଥିଲା ବୋଲି ଜଣାପଡିଛି।

ଅନ୍ୟପଟେ ନାରାୟଣପୁର ଜିଲ୍ଲାରେ ଯବାନ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କମ୍ବିଂ ଅପରେସନ ବେଳେ ଠାବ ହୋଇଛି ୫ କିଲୋର ପ୍ରେସର୍ ଆଇଇଡି। ନାରାୟଣପୁର ଜିଲ୍ଲା ବୁରଗମ୍ ନାଳା ଅଞ୍ଚଳରେ ୪୫ ବାଟାଲିୟନର ଆଇଟିବିପି ଯବାନ କମ୍ବିଂ ଅପରେସନ ବେଳେ ଆଇଇଡି ଠାବ କରିଥିଲେ । ପରେ ଯବାନମାନେ ଏହାକୁ ନିଷ୍କ୍ରିୟ କରିଛନ୍ତି।

Comments are closed.