Odisha Link
Bridging the Missing Links in Odisha

କଙ୍କାଳ ଉଦ୍ଧାର ଘଟଣା: ତଦନ୍ତ କରିବେ ମହିଳା ଥାନା ଇନସ୍ପେକ୍ଟର

ଭୁବନେଶ୍ୱର: ଜାଆଁଳା ଫାଣ୍ଡିରେ ସିଜ କାର ଭିତରୁ କଙ୍କାଳ ଉଦ୍ଧାର କରିବା ଘଟଣାର ତଦନ୍ତ ମହିଳା ଥାନା ଇନସ୍ପେକ୍ଟର କରିବେ। ଏହି ଘଟଣାର ତଦନ୍ତ ଭାର ମହିଳା ଥାନାର ଇନସ୍ପେକ୍ଟରଙ୍କୁ ଦିଆଯାଇଛି ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। କାର ଭିତରୁ ମହିଳାଙ୍କ ଶବ ମିଳିବା ଏକ ସମ୍ବେଦନଶୀଳ ଘଟଣା ବୋଲି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

ସେପଟେ କଙ୍କାଳର ପରିଚୟ ଖୋଜିବ ପୋଲିସ। ଏଥିପାଇଁ ଜବତ କଙ୍କାଳର ସ୍କେଚ ତିଆରି ହେବ। ସେହିପରି ଖପୁରୀ ଓ କଙ୍କାଳର ଫଟୋ ହାଇଦ୍ରାବାଦ ପଠାଯିବ ବୋଲି ଜଣାପଡିଛି।

ତେବେ ଏହି ଘଟଣା ପୋଲିସ ଉପରେ ସନ୍ଦେହକୁ ବଢାଇ ଦେଇଛି। ୨୦୧୯ରୁ ସିଜ୍ ଗାଡିଟି ପୋଲିସ ଫାଣ୍ଡି ପରିସରରେ ଥିଲେ ମଧ୍ୟ ଏଥିରେ କାହାରି ମୃତଦେହ ଥିବା କେହି ଜାଣିପାରିଲେ ନାହିଁ କିପରି, ତାକୁ ନେଇ ସନ୍ଦେହ ଉଠୁଛି।

Comments are closed.