Odisha Link
Bridging the Missing Links in Odisha

ସ୍କୁଲରୁ ୧୪ କରୋନା ପଜିଟିଭ୍, ଅଞ୍ଚଳକୁ ଲକଡାଉନ୍ ଘୋଷଣା

ଡେରାଡୁନ୍: ଦେଶରେ ପୁଣି କରୋନାର ସଂକ୍ରମଣ ହାର ଦିନକୁ ଦନ ବଢ଼ିବାରେ ଲାଗିଛି। ଉତ୍ତରାଖଣ୍ଡର ମସୁରୀର ଏକ ସ୍କୁଲରୁ ୧୪ ଜଣ ପିଲା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ପ୍ରଶାସନ ପକ୍ଷରୁ ବାର୍ଲୋଗଞ୍ଜ ଓ ଗେଲୱେ କଟେଜ୍ ଆଦି ଅଞ୍ଚଳକୁ ଲକଡାଉନ୍ ଘୋଷଣା କରାଯାଇଛି।

ବାର୍ଲୋଗଞ୍ଜରେ ଥିବା ସେଣ୍ଟ ଜର୍ଜ ସ୍କୁଲର ୧୪ଟି ନୂଆ ମାମଲା ସାମନାକୁ ଆସିଛି। ଉକ୍ତ ଦୁଇ ଅଞ୍ଚଳରେ ଲକଡାଉନ୍ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସ୍କୁଲର ଛାତ୍ର ଓ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା କୋଭିଡ-୧୯ ନୋଡାଲ ଅଧିକାରୀ ଡାକ୍ତର ପ୍ରଦୀପ ରଣା ସୂଚନା ଦେଇଛନ୍ତି।ପରବର୍ତ୍ତୀ ନିର୍ଦ୍ଦେଶାନାମା ଜାରି ନହେବା ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ଲକଡାଉନ ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Comments are closed.