Odisha Link
Bridging the Missing Links in Odisha

ଆଜିଠୁ ଦୁଇଦିନ ବ୍ୟାଙ୍କ୍‌ ଧର୍ମଘଟ

ଭୁବନେଶ୍ବର: ଆଜି ଠାରୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ। ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ (ୟୁବିଏଫ୍‌ୟୁ) ଏହି ଧର୍ମଘଟ ଡାକରା ଦେଇଛି। ନଅଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ ଏହି ଧର୍ମଘଟକୁ ସମର୍ଥନ କରୁଛନ୍ତି।

ବ୍ୟାଙ୍କଗୁଡ଼ିକ ଗତ ଶନିବାର ଠାରୁ ଛୁଟି ପାଇଁ ବନ୍ଦ ରହିଥିବା ବେଳେ‌ ସୋମବାର ଓ ମଙ୍ଗଳବାର ଧର୍ମଘଟ ପାଇଁ ବନ୍ଦ ରହିବ। ବୁଧବାର ଠାରୁ ବ୍ୟାଙ୍କ ସେବା ପୁଣି ସ୍ବାଭାବିକ ହେବ। ଧର୍ମଘଟ ସମୟରେ ଅନ୍‌ଲାଇନ୍ ଓ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍‌ରେ ସେଭଳି ଅସୁବିଧା ହୋଇନପାରେ। ଏଟିଏମ୍‌ରୁ ଟଙ୍କା ଉଠାଣ ମଧ୍ୟ ପ୍ରଭାବିତ ହେବାର କମ୍ ଆଶଙ୍କା ରହିଛି।

ସର୍ବଭାରତୀୟ ସ୍ତରରେ ଧର୍ମଘଟରେ ପ୍ରାୟ ୧୦ ଲକ୍ଷ କର୍ମଚାରୀ ସାମିଲ ହେବେ। ସେହିଭଳି ଓଡ଼ିଶାରେ ଧର୍ମଘଟ ଯୋଗୁ ୫୫୦୦ରୁ ଅଧିକ ବ୍ୟାଙ୍କ ଶାଖା ବନ୍ଦ ରହିବେ। ଓଡ଼ିଶାରେ ୩୦ ହଜାରରୁ ଅଧିକ କର୍ମଚାରୀ ଓ ଅଧିକାରୀ ଏଥିରେ ସାମିଲ ହେବେ। ସରକାରୀ ବ୍ୟାଙ୍କ ସହିତ ଗ୍ରାମ୍ୟ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କଗୁଡ଼ିକ ଧର୍ମଘଟରେ ସାମିଲ ହେବେ ବୋଲି ଏଆଇବିଓସି ସଭାପତି, ଓଡ଼ିଶା ଦାମୋଦର ନନ୍ଦ କହିଛନ୍ତି। ବ୍ୟାଙ୍କ ଶାଖା ଗୁଡ଼ିକ ସାମ୍ନାରେ ପିକେଟିଂ କରାଯିବ ବୋଲି ୟୁବିଏଫ୍‌ୟୁ ଓଡ଼ିଶା ଶାଖାର ଆବାହକ ରଘୁନାଥ ପ୍ରସାଦ ଦାସ କହିଛନ୍ତି।

Comments are closed.