Odisha Link
Bridging the Missing Links in Odisha

ରାମ ମନ୍ଦିର ନିର୍ମାଣ: ଓଡ଼ିଶାରୁ ୪୨ କୋଟି ଟଙ୍କାର ନିଧି ସଂଗ୍ରହ

ଭୁବନେଶ୍ୱର: ଶ୍ରୀ ରାମଚନ୍ଦ୍ରଙ୍କର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଓଡ଼ିଶାରୁ କେବଳ ୪୨,୦୩,୦୭,୦୬୬ ଟଙ୍କା ସଂଗ୍ରହ ହୋଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତିର ସମ୍ପାଦକ ପ୍ରାଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି।

ଓଡ଼ିଶାରେ ମକର ସଂକ୍ରାନ୍ତି ଠାରୁ ଏହି ଅର୍ଥ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିଥିଲା। ନିଧି ସଂଗ୍ରହ ଅଭିଯାନର କାର୍ଯ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି, ଓଡ଼ିଶା ମାଧ୍ୟମରେ ସମ୍ପନ୍ନ ହୋଇଥିଲା। ଏହି ଅଭିଯାନରେ ମୋଟ ୫୮,୯୯୨ ଜଣ କାର୍ଯ୍ୟକାର୍ତ୍ତା ଭାଗ ନେଇଥିବା ବେଳେ ୫୫୩ ଜଣ ସାଧୁସନ୍ଥ ଭାଗ ନେଇଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ସମିତିର ସଦସ୍ୟ ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୁରୀ, ଉପାଧ୍ୟକ୍ଷ ହରିଶ୍ଚନ୍ଦ୍ର ପରିଡ଼ା ଓ ସହ ସମ୍ପାଦକ ମହେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.