Odisha Link
Bridging the Missing Links in Odisha

ଦିନକୁ ୭୩୦୦ ଆରଟିପିସିଆର ଟେଷ୍ଟ କରାଯିବ : ନବ ଦାସ

ଭୁବନେଶ୍ୱର: ଏଣିକି ରାଜ୍ୟରେ ଦୈନିକ ୭୩୦୦ ଆରଟି-ପିସିଆର ଟେଷ୍ଟ କରାଯିବ । ଏହା ମନ୍ତ୍ରୀ ନବ ଦାସଙ୍କ ସୂଚନା ଦେଇଛନ୍ତି। ରାଜ୍ୟ ବାହାରେ କରୋନା ସଂକ୍ରମଣ ବଢୁଥିବା କାରଣରୁ ୭୩୦୦ ଆରଟିପିସିଆର ଟେଷ୍ଟ କରାଯିବା ସହିତ ସଚିବ ଡାକ୍ତର ଅଜିତ କୁମାର ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି ।

ବାହାରୁ ଆସୁଥିବା ସମସ୍ତଙ୍କ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ଗୋଟିଏ ସ୍ୱତନ୍ତ୍ର ଗାଇଡ଼ଲାଇନ ପ୍ରସ୍ତୁତ କରାଯାଇ ସମସ୍ତ ଜିଲାପାଳ ଓ ସିଡ଼ିଏମଓଙ୍କୁ ପଠାଯାଇଛି।

ଆରଏମଏସି ନିର୍ଦ୍ଦେଶକଙ୍କୁ ସେରୋ ସର୍ଭେ ପାଇଁ ପ୍ରସ୍ତାବ ଦିଆଯାଇଛି । ସମ୍ବଲପୁର, ରାଉରକେଲା, କଟକ, ଭୁବନେଶ୍ୱର, ପୁରୀରେ ସେରୋ ସର୍ଭେ ହେବ । ଦେବଗଡ଼ ଓ ନୟାଗଡ଼ରେ ଆରଟିପିସିଆର ଟେଷ୍ଟିଂ ଲାବ୍ରୋଟୋରି ତୁରନ୍ତ ଖୋଲିବା ହେବ।

Comments are closed.