Odisha Link
Bridging the Missing Links in Odisha

ବିଧାନସଭା: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଚାଷୀଙ୍କ ଧାନ ମଣ୍ଡି ଓ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗକୁ ନେଇ ପୁଣି ଗୃହରେ ଉତ୍ତେଜନା ସୃଷ୍ଟି ହୋଇଛି । ଫଳରେ ଗୃହରେ ପୁଣି ଅଚଳାବସ୍ଥା ଜାରି ହୋଇଛି। ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ଅନ୍ୟପଟେ ଗୃହରେ ଅଚଳାବସ୍ଥା ନେଇ ବିଜେଡି ଓ ବିଜେପି ଉପରେ ବର୍ଷିଛି କଂଗ୍ରେସ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି ଯେ, ‘ବିଜେପି ଓ ବିଜେଡି ଚାହୁଁଛନ୍ତି ବିଧାନସଭା ନ ଚାଲୁ। ଚାଷୀଙ୍କ ଧାନ ନ ଉଠୁ। ବିଜେଡି ଓ ବିଜେପି ବିଧାନସଭାରେ କେବେଳ ଡ୍ରାମା କରୁଛନ୍ତି।’

Comments are closed.