Odisha Link
Bridging the Missing Links in Odisha

ବିଜେପି ସାଂସଦଙ୍କ ପରିବାରରେ ହାଇଭୋଲଟେଜ୍‌ ଡ୍ରାମା, ଘର ଆଗରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କଲେ ସାଂସଦଙ୍କ ବୋହୂ

ଲକ୍ଷ୍ନୌ: ମୋହନଲାଲଗଞ୍ଜ ସଂସଦୀୟ କ୍ଷେତ୍ରର ଭାରତୀୟ ଜନତା ପାର୍ଟି ସାଂସଦ କୌଶଳ କିଶୋରଙ୍କ ପରିବାରରେ ହାଇ ଭୋଲଟେଜ୍ ଡ୍ରାମା। ସାଂସଦଙ୍କ ବୋହୂ ଘର ସାମ୍ନାରେ ହାତ କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏବେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା ରହିଛି। ସାଂସଦଙ୍କ ବୋହୂ ଏଭଳି କାଣ୍ଡ କରିବା ପୂର୍ବରୁ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ଜୀବନ ହାରିବାକୁ ଯାଉଛି ବୋଲି ସାଂସଦଙ୍କ ବୋହୁ କହିଥିଲେ।

ବିଜେପି ସାଂସଦ କୌଶଳ କିଶୋରଙ୍କ ବୋହୂ ଅଙ୍କିତା ପୂର୍ବରୁ ଭିଡିଓ ପୋଷ୍ଟ କରି ନିଜ ସ୍ବାମୀ ଆୟୁଷଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ଅଙ୍କିତା ଭିଡିଓ ପୋଷ୍ଟ କରି କହିଥିଲେ ଯେ, ମୁଁ ଆତ୍ମହତ୍ୟା କରିବାକୁ ଯାଉଛି। ଯାହାର କିଛି ସମୟ ପରେ ସାଂସଦଙ୍କ ଦୁବଗ୍ଗା ସ୍ଥିତ ବାସଭବନରେ ପହଁଞ୍ଚି ହାତ କାଟିଥିଲେ ଅଙ୍କିତା। ହେଲେ ଭିଡିଓ ପୋଷ୍ଟ କରିବା ପରେ ପୁଲିସ ଟ୍ରାକ୍‌ କରି କରି ତାଙ୍କ ପାଖରେ ପହଁଞ୍ଚି ମେଡିକାଲରେ ଭର୍ତ୍ତି କରାଇଥିଲେ।

ଅଙ୍କିତା ଭିଡିଓରେ କହିଥିଲେ ଯେ, ମୁଁ କାହା ସହିତ ଲଢ଼େଇ କରି ପାରିବି ନାହିଁ। କାରଣ ତୁମ ବାପା ସାଂସଦ ଓ ମା ବିଧାୟିକା ଅଛନ୍ତି। ମୋ କଥା କେହି ଶୁଣିବେ ନାହିଁ। ଆଜି ପର୍ଯ୍ୟନ୍ତ ତୁମ ଦେହରେ କାହା ହାତ ବାଜିବାକୁ ଦେଇନି ତ ମୁଁ ତୁମକୁ କିଭଳି ମାଡ଼ ମାରି ପାରିବି। ତୁମେ ବହୁତ ମିଛ କହୁଛ। ତୁମେ ଓ ତୁମ ପରିବାର ମୋତେ ଶାନ୍ତିରେ ବଞ୍ଚିବାକୁ ମଧ୍ୟ ଦେଉନ ବୋଲି ଅଙ୍କିତା ଭିଡିଓରେ କହିଥିଲେ।

କେବଳ ସେତିିକି ନୁହେଁ ଅଙ୍କିତା ଆହୁରି କହିଛନ୍ତି ଯେ, “ଘରଭଡ଼ା ଦେଲ ନାହିଁ, ଗ୍ୟାସ୍‌ ସିଲିଣ୍ଡର ମଧ୍ୟ ଭର୍ତ୍ତି କରିଲ ନାହିଁ। ଥରୁଟିଏବି ଭାବିଲନି ଯେ ମୁଁ କେମିତି ଚଳୁଛି କେମିତି ଖାଉଛି। ଯଦି ତୁମେ ମୋ ପାଖକୁ ଆସିବ ନାହିଁ ତ ମୋର ରହିବାର ନାହିଁ। ମୁଁ ଯାଉଛି। ମୋତେ ତୁମେ ମନେ ରଖିବ ଓ ଭାବିବ ଯେ ମୋଠାରୁ ଅଧିକା ଭଲ ପାଉଥିବା କେହି ଆଉ ମିଳିବେ ନାହିଁ। ମୋ ମୃତ୍ୟୁର କାରଣ ତୁମେ ଓ ତୁମର ପରିବାର। ମୁଁ ଯାଉଛି।” ଅଙ୍କିତାଙ୍କ ଏହି ଭିଡିଓ ପୋଷ୍ଟକୁ ନେଇ ଲାଗି ରହିଛି ଚର୍ଚ୍ଚା।

ଅପରପକ୍ଷେ ଫେରାର ଥିବା ବିଜେପି ସାଂସଦଙ୍କ ପୁଅ ଆୟୁଷ ପୂର୍ବରୁ ଏକ ଭିଡିଓ ପୋଷ୍ଟ କରି ଅଙ୍କିତାଙ୍କ ବିରୋଧରେ ଆଣିଥିଲେ ଗମ୍ଭୀର ଅଭିଯୋଗ। ସେ କହିଥିଲେ ଯେ, ମୋତେ ମୋ ସ୍ତ୍ରୀ ଅଙ୍କିତା ଫସାଇ ଦେଇଛି। ମୁଁ କିଛି ଭୁଲ୍‌ କାମ କରିନି। ମୁଁ ସରେଣ୍ଡର କରିଦେବି। ମୁଁ ନିଜଉପରେ କାହିଁକି ଗୁଳି ଚଳାଇବି। ମୁଁ ପୂର୍ବରୁ ମରି ସାରିଛି ବୋଲି କହିଥିଲେ।

Comments are closed.