Odisha Link
Bridging the Missing Links in Odisha

ବସ୍ ଦୁର୍ଘଟଣା: ୨ ମୃତ, ୫ ଗୁରୁତର

ନବରଙ୍ଗପୁର: ଆନ୍ଧ୍ର ପ୍ରଦେଶର ଜାତୀୟ ରାଜପଥରେ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏନେଇ ଖବର ପାଇ ବାରୁଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଯାତ୍ରୀମାନଙ୍କୁ ବାରୁଆ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି।

ସୂଚନା ମୁତାବକ, ନବରଙ୍ଗପୁରରୁ ଭୁବନେଶ୍ବର ଯାଉଥିବା ତ୍ରିପାଠୀ ନାମକ ଘରୋଇ ବସର ଭୋର ପ୍ରାୟ ୪ଟା ବେଳେ ଆନ୍ଧ୍ରର ବାରୁଆ ଥାନା ଅନ୍ତର୍ଗତ କୋରଲାମ –ଭେସି ଛକ ନିକଟରେ ଏକ ଟ୍ରକ ସହ ଧକ୍କା ହୋଇଥିଲା। ବସଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ପଛ ପଟୁ ପୁଣି ଏକ ଟ୍ରକ ଆସି ପିଟି ହୋଇଥିଲା।

ଦୁର୍ଘଟଣାରେ ବସର ହେଲପରଙ୍କ ମୃତ୍ୟୁ ଘଟିଛି। ମୃତ ବସ୍‌ ହେଲପରଙ୍କ ନାଁ ସୁଧୀର। ଅନ୍ୟଜଣଙ୍କ ପରିଚୟ ଅସ୍ପଷ୍ଟ ରହିଛି। ୫ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ବସ୍‌ ଏବେ ପର୍ଯ୍ୟନ୍ତ ଜଣେ ମହିଳା ଯାତ୍ରୀ ଚାପି ହୋଇ ରହିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବସରେ ଷ୍ଟାଫଙ୍କୁ ମିଶାଇ ପ୍ରାୟ ୩୫ ଜଣ ଯାତ୍ରୀ ଥିବାର ସୂଚନା ମିଳିଛି।

Comments are closed.