Odisha Link
Bridging the Missing Links in Odisha

ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ

ହରିଆଣା: ନବମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରାଯିବ ବୋଲି ଘୋଷଣା କରିଛନ୍ତି ହରିୟାଣା ସରକାର।

ବଜେଟ୍‌ ଉପସ୍ଥାପନା କରି ହରିୟାଣା ସରକାର ଶିକ୍ଷା ବ୍ୟବସ୍ଥାରେ ‘କେଜି ଟୁ ପିଜି’ କାର୍ଯ୍ୟକ୍ରମ ନାମକ ଏକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି, ଯାହା ଛାତ୍ରଛାତ୍ରୀଙ୍କୁ ସହଜରେ ଉଚ୍ଚଶିକ୍ଷା ଲାଭ କରିବାରେ ସାହାଯ୍ୟ କରିବ।

ଏହି ନୂତନ ପଦକ୍ଷେପ ଅନୁଯାୟୀ, ଛାତ୍ରଛାତ୍ରୀମାନେ ଗୋଟିଏ ଶିକ୍ଷାନୁଷ୍ଠାନରେ ନର୍ସରୀଠାରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ଶିକ୍ଷା ଲାଭ କରିପାରିବେ। ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟ ଏବଂ ରୋହତକର ଏମ୍‌ଡିୟୁରୁ ଆରମ୍ଭ ହେବ।କେବଳ ସେତିକି ନୁହେଁ, ସରକାର ରାଜ୍ୟର ଜିଦ୍‌, କୈଥାଲ୍‌, ଯମୁନାନଗର, ଫରିଦାବାଦ୍‌, ମହେନ୍ଦ୍ରଗଡ଼, ଶିର୍ଷା ଆଦି ସ୍ଥାନରେ ନୂତନ ମେଡିକାଲ୍‌ କଲେଜ ଖୋଲିବାର ଯୋଜନା କରିଛନ୍ତି।

ଏହି ପରିପ୍ରେକ୍ଷୀରେ, ରାଜ୍ୟ ସରକାର୨୦୨୫ ମସିହା ପୂର୍ବରୁ ଜାତୀୟ ଶିକ୍ଷା ନୀତି (ଏନ୍‌ଇପି)ର ଅଧିକାଂଶ ଉପାଦାନକୁ କାର୍ଯ୍ୟକାରୀ କରି ଦେଶର ଶିକ୍ଷାଗତ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି।

Comments are closed.