Odisha Link
Bridging the Missing Links in Odisha

କରୋନା କଟକଣା ମଧ୍ୟରେ ଦଣ୍ଡନାଚକୁ ମିଳିଲା ଅନୁମତି

ଗଞ୍ଜାମ: କରୋନା ସଂକ୍ରମଣ କାରଣରୁ ରାଜ୍ୟରେ ସମସ୍ତ ପାରମ୍ପାରିକ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଥିଲା। ତେବେ ଦଣ୍ଡଯାତ୍ରା ପାଇଁ ଗଞ୍ଜାମ ଜିଲ୍ଲାକୁ ମିଳିଛି ଅନୁମତି।

କେବଳ ସ୍ଥାନୀୟ କଳାକାରଙ୍କୁ ନେଇ ଦଣ୍ଡନାଚ ଅନୁଷ୍ଠିତ ହେବ। ଏହା ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିବା ସୂଚନା ମିଳିଛି।କରୋନା କଟକଣା ଯୋଗୁ ଚଳିତବର୍ଷ କେବଳ ଦଣ୍ଡନାଚ ମାନସିକଧାରୀଙ୍କ ପାଇଁ ପାରମ୍ପାରିକ ରୀତି ଅନୁଯାୟୀ ପାଳନ ହେବ।

କୋଭିଡ୍ ଗାଇଡ଼ଲାଇନ୍ ଅନୁଯାୟୀ କେବଳ ଦଣ୍ଡୁଆଙ୍କ ଦଣ୍ଡନାଚ ଅନୁଷ୍ଠିତ ହେବ। ତାପୁଣି ୨ଶହ ଲୋକଙ୍କୁ ନେଇ, ତାଠୁ ଯଦି ଅଧିକ ହୁଅନ୍ତି, ତେବେ ଆୟୋଜକ ଦାୟୀ ରହିବେ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଇଥିଲା ପ୍ରଶାସନ ।

ତେବେ ପୂର୍ବରୁ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା କଟକଣାକୁ ନେଇ ଅସନ୍ତୋଷ ଜାହିର କରିଥିଲେ ଲୋକେ । ୨ଶହ ଲୋକଙ୍କୁ ନେଇ ଦଣ୍ଡନାଚ କରିବାକୁ ଅନୁମତି ପ୍ରଦାନ କରାଯାଇଥିଲା।

ତାଠୁ ଯଦି ଅଧିକ ହେଲେ, ଆୟୋଜକ ଦାୟୀ ରହିବେ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଇଥିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । ସେହିପରି ଭୋଜି ଭାତ କିମ୍ବା ପ୍ରସାଦ ସେବନ କର୍ଯ୍ୟକ୍ରମକୁ ବାରଣ କରାଯାଇଥିଲା । ସାଂସ୍କୃତିକ କର୍ଯ୍ୟକ୍ରମ ଆଦୌ ହୋଇପାରିବ ନାହିଁ ବୋଲି କୁହାଯାଇଥିଲା ।

Comments are closed.