Odisha Link
Bridging the Missing Links in Odisha

ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ୫ ଜୀବନ୍ତ ଦଗ୍ଧ

ପାଟନା: ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟି ଭୟଙ୍କର ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୪ ଶିଶୁ ସମେତ ୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାରର କିଶନଗଞ୍ଜ ଜିଲ୍ଲା ସଲାମ କଲୋନୀରେ।

ସୂଚନା ମୁତାବକ, ଆଜି ସକାଳେ ସଲାମ କଲୋନୀର ଏକ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ନିଆଁ ରୋଷେଇ ଘରେ ଥିବା ଗ୍ୟାସ ସିଲିଣ୍ଡରରେ ଲାଗିଯାଇଥିଲା। ଫଳରେ କିଛି ସମୟ ମଧ୍ୟରେ ସିଲିଣ୍ଡର ବିସ୍ଫୋରଣ ଘଟିବାରୁ ନିଆଁ ଦ୍ରୁତଗତିରେ ବ୍ୟାପିଯାଇଥିଲା।

ବିସ୍ଫୋରଣରେ ଘର ମାଲିକ ଏବଂ ୪ ଶିଶୁ ନିଆଁରେ ପୋଡ଼ିଯାଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଘର ମାଲିକଙ୍କ ସ୍ତ୍ରୀ ଏଥିରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଉଦ୍ଧାର କାର୍ଯ୍ୟ କରିଥିଲେ।

Comments are closed.