Odisha Link
Bridging the Missing Links in Odisha

ଆଇଏସଆଇଏସ ଲିଙ୍କ୍: ଏନଆଇଏର ଚଢ଼ାଉ, ୫ ଗିରଫ

ନୂଆଦିଲ୍ଲୀ: ଆତଙ୍କୀ ସଙ୍ଗଠନ ଆଇଏସଆଇଏସ ଲିଙ୍କ ନେଇ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ପକ୍ଷରୁ ୩ଟି ରାଜ୍ୟରେ ଚଢ଼ାଉ କରାଯାଇଛି । ଦିଲ୍ଲୀ, କେରଳ ଓ କର୍ଣ୍ଣାଟକର ୧୦ଟି ଜାଗାରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ଆକ୍ରମଣ ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୫ ଜଣଙ୍କୁ ଏନଆଇଏ ଗିରଫ କରିଛି।

ଆତଙ୍କବାଦୀ କାର୍ଯ୍ୟକଳାପ ସହ ଜଡ଼ିତ ରହି ଭାରତ ସହ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚୁଥିଲେ। ସୋସିଆଲ ମିଡ଼ିଆ ମାଧ୍ୟମରେ ମୁସଲିମ ଯୁବକଙ୍କୁ ପ୍ରଥମେ ସଙ୍ଗଠନରେ ସାମିଲ କରାଯାଇଥାଏ। ତା’ପରେ ସେମାନଙ୍କୁ ଅନଲାଇନରେ ପ୍ରଶିକ୍ଷଣ ଦେଇ ଭାରତର ସ୍ଥାନୀୟ ଅଞ୍ଚଳରେ ଆକ୍ରମଣ କରିବାକୁ ଉସୁକାଉଥିବା ଜଣାପଡ଼ିଛି। ଏସବୁ ଷଡ଼ଯନ୍ତ୍ର ପଛରେ ପାକିସ୍ତାନର ହାତ ରହିଥିବା ସ୍ପଷ୍ଟ ହୋଇଛି।

Comments are closed.