Odisha Link
Bridging the Missing Links in Odisha

ଭର୍ଚୁଆଲ ମୋଡରେ କୃଷି ଓଡିଶା-୨୦୨୧ ଉଦଘାଟିତ

ଭୁବନେଶ୍ୱର: ଭର୍ଚୁଆଲ ମୋଡରେ ଉଦଘାଟିତ ହେଲା ଭୁବନେଶ୍ୱର ବରମୁଣ୍ଡାରେ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ‘କୃଷି ଓଡିଶା-୨୦୨୧’। ଏଥିରେ କୃଷିମନ୍ତ୍ରୀ ଅରୁଣ ସାହୁ ଓ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଉପସ୍ଥିତ ରହିଛନ୍ତି।

କୃଷି ପ୍ରଦର୍ଶନୀରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୫ ଶହ ଚାଷୀମାନେ ଯୋଗଦେଇଛନ୍ତି । କୃଷି ପ୍ରଦର୍ଶନୀରେ ୧୬୦ଟି କୃଷି ମଣ୍ଡପ ସ୍ଥାନ ପାଇଛି । ଚଳିତବର୍ଷ ଥିମ୍ ରହିଛି ‘ସମନ୍ୱିତ ଚାଷ-ଚାଷୀର ବିକାଶ’ ।

ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ଚାଷୀ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିଜର ଉଦବୋଧନରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘କିଛି ସ୍ଥାନରେ ଲୋକେ ଚାକିରି ଛାଡି ଚାଷ କରୁଥିବା ଦେଖାଦେଉଛି ।

ମାଛ ଚାଷରେ କଳାହାଣ୍ଡିର ଚାଷୀ ଦେଶରେ ପ୍ରଥମ ହୋଇଛନ୍ତି। ଚାଷୀର ପରିଶ୍ରମ ଓ ତ୍ୟାଗକୁ ମୁଁ ସମ୍ମାନ ଜଣାଉଛି। ଚାଷୀ କିପରି ଉତ୍ପାଦିତ ମୂଲ୍ୟର ଉଚିତ୍ ମୂଲ୍ୟ ପାଇବେ, ସେଥିରେ ମୁଁ ଫୋକସ କରୁଛି। ନୂଆ ନୂଆ ଟେକ୍ନୋଲୋଜିକୁ ଚାଷୀମାନେ ଆପଣାନ୍ତୁ ।’

Comments are closed.