Odisha Link
Bridging the Missing Links in Odisha

ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି କଳିଯୁଗର ଭଗବାନ: ତୀରଥ ସିଂହ ରାଓ୍ବତ

ଡେରାଡୁନ୍‌: ଉତ୍ତରାଖଣ୍ଡର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ବତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଗବାନ ରାମ ଏବଂ ଶ୍ରୀକୃଷ୍ଣଙ୍କ ସହିତ ତୁଳନା କରିଛନ୍ତି।

ସେ କହିଛନ୍ତି, ଯେଉଁଭଳି ଭାବେ ଦ୍ବାପର ଏବଂ ତ୍ରେତୟା ଯୁଗରେ ଭଗବାନ ରାମ ଏବଂ ଶ୍ରୀକୃଷ୍ଣଙ୍କୁ ତାଙ୍କର କର୍ମ ପାଇଁ ଲୋକମାନେ ଭଗବାନ ମାନିଛନ୍ତି ସେହିଭଳି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଆଗାମୀ ଦିନରେ ଲୋକମାନେ ଭଗବାନଙ୍କ ଭଳି ମାନିବେ।

ହରିଦ୍ବାରରେ ଏକ କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ବତ କହିଛନ୍ତି ,ପୂର୍ବରୁ ଭାରତର ନେତାମାନଙ୍କୁ ବିଶ୍ବରେ ପରିଚୟ ମିଳୁନଥିଲା କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ବଦଳାଇଛନ୍ତି। ବର୍ତ୍ତମାନ ବିଶ୍ବର ବଡ ବଡ ନେତା ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଫଟୋ ଉଠାଇବାକୁ ଲାଳାୟତ।

ସେ ଆହୁରି ମଧ୍ୟ କହିଛନ୍ତି, ଦେଶରେ ପ୍ରଧାନମନ୍ତ୍ରୀ ମୋଦି ଯେଉଁସବୁ ଜନମଙ୍ଗଳକାରୀ କାର୍ଯ୍ୟ ହାତକୁ ନେଇଛନ୍ତି ତାହା ତାଙ୍କୁ ସ୍ମରଣୀୟ କରି ରଖିବେ।

ମୋଦି ଦେଶ ପାଇଁ ଯେଉଁଭଳି କାର୍ଯ୍ୟ କରୁଛନ୍ତି ଲୋକମାନେ ତାଙ୍କର ଜୟ-ଜୟକାର କରିବା ଉଚିତ। ଏହା ସହିତ ଉତ୍ତରାଖଣ୍ଡର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ବତ କହିଛନ୍ତି, ‘ମୋଦି ହେ ତୋ ମୁମ୍‌କିନ୍‌ ହେ’।

Comments are closed.