Odisha Link
Bridging the Missing Links in Odisha

ଲଜ୍ଜା: ସ୍ବାମୀଙ୍କୁ ବାନ୍ଧି ତାଙ୍କ ସାମ୍ନାରେ ମହିଳାଙ୍କୁ ଦୁଷ୍କର୍ମ କଲେ ୫ ଦୁର୍ବୃତ୍ତ

ରାଜସ୍ଥାନ: ରାଜସ୍ଥାନର ବାରନ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା। ସ୍ବାମୀଙ୍କ ସାମ୍ନାରେ ପତ୍ନୀଙ୍କୁ ୫ ଜଣ କଲେ ଦୁଷ୍କର୍ମ। ପୁଲିସର ସୂଚନା ମୁତାବିକ ଏଭଳି ଘଟଣା ଶନିବାର ଦିନ ଯେତେବେଳେ ୩୦ ବର୍ଷିୟ ପୀଡ଼ିତା ତାଙ୍କ ସ୍ବାମୀ ଘରକୁ ଫେରୁଥିଲେ। ସେହି ସମୟରେ ୫ ଦୁର୍ବୃତ୍ତ ମହିଳାଙ୍କୁ ଖେତକୁ ନେଇ ବଳତ୍କାର କରାଯାଇଥିବା କୁହାଯାଇଛି।

ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁାୟୀ, ମହିଳା ଜଣକ ବାରନରେ ଥିବା ବାଲାଜୀ ମନ୍ଦିର ଦର୍ଶନ କରି ତାଙ୍କ ସ୍ବାମୀଙ୍କ ସହ ଘରକୁ ଫେରୁଥିଲେ। ମହିଳା ଜଣକ କହିଛନ୍ତି ଯେ, ୫ ଜଣ ତାଙ୍କ ବାଇକକୁ ବାରନ-ଅଟର ଜାତୀୟ ରାଜପଥରେ ଅଟକାଇଥିଲେ। ଏହାପରେ ମହିଳା ଓ ତାଙ୍କ ସ୍ବାମୀକୁ ପାଖରେ ଥିବା ଖେତକୁ ନେଇ ଯାଇଥିଲେ। ପରେ ମହିଳାଙ୍କ ସ୍ବାମୀଙ୍କୁ ବାନ୍ଧି ତାଙ୍କ ସାମ୍ନାରେ ବଳାତ୍କାର କରି ଫରୋର ହୋଇ ଯାଇଥିଲେ ଦୁର୍ବୃତ୍ତ। ଏହାପରେ ପୀଡ଼ିତା ମହିଳା ଓ ତାଙ୍କ ସ୍ବାମୀ ଥାନାର ଦ୍ବାରସ୍ଥ ହାଇଥିଲେ।

ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି ଯେ,ପୀଡ଼ିତା ମହିଳାଙ୍କ ମେଡିକାଲ ପରୀକ୍ଷା ହୋଇ ଯାଇଛି। ଏବଂ ବୟାନ ମଧ୍ୟ ରେକର୍ଡ କରାଯାଇଛି। ଏହି ଆଧାରରେ ପୁଲିସ୍‌ ଏକ ଟିମ୍‌ ଗଠନ କରି ଦୁର୍ବୃତ୍ତଙ୍କୁ ଖୋଜୁଛି। ଏସପି ବିନୀତ କୁମାର ବଂସଲ କହିଛନ୍ତି ଯେ, ବଳାତ୍କାର କରିଥିବା ୫ ଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ପୀଡ଼ିତାଙ୍କ ପୂର୍ବ ସ୍ବାମୀର ଭାଇ ମଧ୍ୟ ସାମିଲ ଥିବା ନେଇ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି।

Comments are closed.