Odisha Link
Bridging the Missing Links in Odisha

ନାବାଳକ ଡ୍ରାଇଭରକୁ ୫୭ ହଜାର ଟଙ୍କାର ଜରିମାନା

ବାଲେଶ୍ୱର: ନାବାଳକ ଟ୍ରାକ୍ଟର ଡ୍ରାଇଭରକୁ ୫୭ ହଜାର ୫୦୦ ଟଙ୍କାର ଜରିମାନା। ବାଲେଶ୍ବର ଆରଟିଓ ତରଫରୁ ଏହି ଜରିମାନା କରାଯାଇଛି। ଗାଡ଼ି ଚାଳାଇବା ନେଇ ନିର୍ଦ୍ଧାରିତ ବୟସ ହୋଇନଥିବା ଏବଂ ଲାଇସେନ୍ସ ନଥାଇ ଗାଡ଼ି ଚଳାଇବା, କୃଷି କାର୍ଯ୍ୟ ପାଇଁ ପଞ୍ଜିକୃତ ହୋଇଥିବା ଟ୍ରାକ୍ଟରକୁ ବ୍ୟବସାୟରେ ବ୍ୟବହାର କରିବା ପ୍ରଭୃତି ଅଭିଯୋଗରେ ୫୭ ହଜାର ୫୦୦ ଟଙ୍କାର ଜୋରିମାନା କରାଯାଇଛି। ଏଥିସହିତ ଟ୍ରାକ୍ଟରକୁ ଜବତ ମଧ୍ୟ କରାଯାଇଛି।

ଟ୍ରାକ୍ଟରରେ ମାଟି ବୋହା ଯାଉଥିବାରୁ ତହସିଲ ତରଫରୁ ଯାଞ୍ଚ ଚାଲିଛି। ବେଆଈନ ଭାବେ ମାଟି ଚାଲାଣ କରାଯାଉଥିବା ଅଭିଯୋଗରେ ୨୫ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯାଇ ପାରେ ବୋଲି ଯାଞ୍ଚ କରୁଥିବା ଅଧିକାରୀ ପ୍ରକାଶ କରିଛନ୍ତି।

ଏଥିସହିତ ଟ୍ରାକ୍ଟରରେ ବ୍ୟବହାର କରାଯାଉଥିବା ତେଲ ଅପମିଶ୍ରଣକୁ ମଧ୍ୟ ସିଏସ୍‌ଓ ଅଫିସର ଅଧିକାରୀମାନେ ପହଞ୍ଚି ପରୀକ୍ଷା କରୁଛନ୍ତି। ଯଦି ଅପମିଶ୍ରଣ ଥିବା ଜଣାପଡ଼େ ତେବେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯାଇପାରେ ବୋଲି ଜଣାପଡ଼ିଛି।

Comments are closed.