Odisha Link
Bridging the Missing Links in Odisha

ପୁରୀରୁ ଧଳା ଜହର ଜବତ, ୧୬ ଗିରଫ

ପୁରୀ: ଆଜି ପୁରୀରୁ ବ୍ରାଉନସୁଗାର ଜବତ। ୩୫୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୁଲିସ। ଏହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ବୋଲି ଜଣାଯାଇଛି।

ଏହି ମାମଲାରେ ପୁଲିସ ୧୬ ଜଣଙ୍କୁ ଗିରଫ କରାଯାଇଛି ସେମାନଙ୍କ ମଧ୍ୟରୁ ୧୪ ଜଣ ବ୍ରାଉନ ସୁଗାର କାରବାର କରୁଥିବା ବେଳେ ୨ଜଣ ମୁଖ୍ୟ ଯୋଗାଣକାରୀ ରହିଥିଲେ। ଅଭିଯୁକ୍ତଙ୍କଠାରୁ ଗୋଟିଏ କାର୍ ଓ ଏକ ସ୍କୁଟି ମଧ୍ୟ ଜବତ କରାଯାଇଛି।

ଅନ୍ୟତ୍ର ଆଜି ସକାଳ ୭.୩୦ରେ ଜଗତସିଂହପୁର ଜିଲ୍ଲାର ବିରିଡ଼ି ଥାନା ଅନ୍ତର୍ଗତ ଆଲଣ୍ଡା ଛକ ନିକଟରୁ ୧୨ଗ୍ରାମ ବ୍ରାଉନ ସୁଗାର ଜବତ କରାଯିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଅଭିଯୁକ୍ତ ଜଣକ ହେଲେ ଦିନନାଥ ସେଠୀ। ବ୍ରାଉନସୁଗାର କାରବାର କରୁଥିବା ସମୟରେ ଜଗତସିଂହପୁର ଅବକାରୀ ବିଭାଗ ଦ୍ବାରା ଦିନନାଥଙ୍କୁ ଗିରଫ କରାଯାଇଛି।

Comments are closed.