Odisha Link
Bridging the Missing Links in Odisha

କରୋନାର ନୂଆ ଷ୍ଟ୍ରେନ୍‌ ପାଇଁ ରାଜ୍ୟ ସରକାରଙ୍କର ନୂଆ ଗାଇଡଲାଇନ୍‌

ଭୁବନେଶ୍ବର: ପୁଣି କଲବଲ କଲାଣି କରୋନାର ଦ୍ବିତୀୟ ସଂକ୍ରମଣ। ମହାରାଷ୍ଟ୍ର ସମେତ ଦେଶରେ ଅନେକ ରାଜ୍ୟରେ ଏହାର ପ୍ରବାଭ ଜାରି ରହିଛି। କିଛି ରାଜ୍ୟରେ ବି ନାଇଟ୍‌କର୍ଫ୍ୟୁ ମଧ୍ୟ ଜାରି ହେଲାଣି। ଓଡ଼ିଶାରେ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଯଦିଓ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି, ତଥାପି ସତର୍କ ନ ହେଲେ ପରିସ୍ଥିତି ବିଗିଡି ଯିବାର ଆଶଙ୍କା ରହିଛି।

ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି। ଏହାରି ଭିତରେ ଓଡ଼ିଶାରେ ଟିକାକରଣ ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରାଯାଇଛି। ରାଜ୍ୟରେ ମୋଟ୍ ୧୨ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଥିବା ବେଳେ କେତେ ପ୍ରତିଶତ ଆଣ୍ଟିବଡ଼ି ବିକଶିତ ହୋଇଛି ତା’ ଉପରେ ସମସ୍ତଙ୍କ ନଜର ରହିଛି। ବେଳ ଥାଉ ଥାଉ ସାବଧାନ ନହେଲେ, କରୋନା ସଂକ୍ରମଣ କେଉଁ ଭଳି ସ୍ଥିତି ସୃଷ୍ଟି କରିପାରେ, ଏକଥା ଆମେ ସମସ୍ତେ ଅନୁଭବ କରିଛେ।

ଆଉ ଏଭଳି ସ୍ଥିତିରେ କରୋନାର ନୂଆ ଷ୍ଟ୍ରେନ୍ ଏବଂ ମହାରାଷ୍ଟ୍ର ସମେତ ଦେଶର ବିଭିନ୍ନ ସ୍ଥାନରେ ବଢ଼ୁଥିବା ସଂକ୍ରମଣ ପୁଣି ଥରେ କରୋନାକୁ ନେଇ ଚିନ୍ତା କରିବାକୁ ବାଧ୍ୟ କରିଛି। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ ଜାରି ହୋଇଛି। ନିମ୍ନରେ ସତର୍କତାମୂଳକ ପଦକ୍ଷେପ ସଂପର୍କରେ ସୂଚନା ଦିଆଗଲା।

କରୋନ ସଂକ୍ରମଣ ବଢ଼ୁଥିବା ବେଳେ ଟିକାକରଣ ପ୍ରକ୍ରିୟାକୁ ବି ତ୍ୱରାନ୍ୱିତ କରାଯାଇଛି। ପ୍ରତିଦିନ ୧ ଲକ୍ଷ ବୟସ୍କଙ୍କ ଟିକାରକଣ ପାଇଁ ୯୨୭ଟି କେନ୍ଦ୍ର କରାଯାଇଛି। ଗ୍ରାମାଞ୍ଚଳ ବୟସ୍କ ଲୋକଙ୍କୁ ଟିକା ଦେବା ପାଇଁ ଘର ଘର ବୁଲି ପ୍ରଶାସନ ସଚେତନ କରୁଛି। ଯେଉଁ ଜିଲ୍ଲାରେ ଟିକାକରଣ ପ୍ରତିଶତ କମିଛି, ତା’ ଉପରେ ଅଧିକ ଧ୍ୟାନ ନିଆଯାଉଛି।

Comments are closed.