Odisha Link
Bridging the Missing Links in Odisha

୧୧ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ବର: ପୁଣି ଥରେ ଶାସକ-ବିରୋଧୀ ଦଳ ମୁହାଁମୁହିଁ । ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ଶାସକ ଦଳ କ୍ଷମା ପ୍ରାର୍ଥନା ପାଇଁ ଅଡି ବସିଥିବାବେଳେ ବିରୋଧୀ ମଣ୍ଡି ଅବ୍ୟବସ୍ଥାକୁ ନେଇ ହଟ୍ଟଗୋଳ କରିଛନ୍ତି।

୩ ଦିନ ହେଲା ଗୃହ ଅଚଳ। ଅଚଳାବସ୍ଥା ଦୂର ପାଇଁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଚିଠି ଲେଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ଦଳୀୟ ବୈଠକ ଡାକି ଅଚଳାବସ୍ଥା ଦୂର କରିବାକୁ ଚିଠି ଲେଖିଛନ୍ତି ନରସିଂହ।

ଅନ୍ୟପଟେ ଆଜି ପ୍ରଶ୍ନ କାଳରେ ପଞ୍ଚାୟତରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଜଙ୍ଗଲ ଓ ପରିବେଶ, ଶ୍ରମ ଓ କର୍ମଚାରୀ , ରାଜ୍ୟବୀମା, ସଂସଦୀୟ ବ୍ୟାପାର ଓ ଆଇନ ବିଭାଗର ପ୍ରଶ୍ନୋତ୍ତର ଆଲୋଚନା ରହିଛି । ଏହା ସହିତ ଶିଳ୍ପ, ଇସ୍ପାତ ଓ ଖଣି ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

Comments are closed.