Odisha Link
Bridging the Missing Links in Odisha

ବାଲି ଖୋଳୁ ଖୋଳୁ ଦେଖାଗଲା ମନ୍ଦିରର ମୁଖଶାଳା, ବୈତରଣୀ ପଠାରେ ଲୋକଙ୍କ ଭିଡ଼

ଯାଜପୁର: ପୂର୍ବରୁ ମହାନଦୀପଠାରୁ ପୁରୁଣା ମନ୍ଦିର ଦେଖିବାକୁ ମିଳିଥିଲା। ଏବେ ବୈତରଣୀ ନଦୀପଠାରେ ଦେଖବାକୁ ମଳିଛି ଆଉ ଏକ ମନ୍ଦିର ମୁଖଶାଳା। ଯାହାକୁ ଦେଖିବା ପାଇଁ ନଦୀପଠାରେ ଲାଗିଛି ପ୍ରବଳ ଭିଡ଼। ଘଟଣାସ୍ଥଳରେ ଦଶରଥପୁର ତହସିଲଦାର ଓ ସ୍ଥାନୀୟ ସରପଞ୍ଚ ପରିଦର୍ଶନ କରିଛନ୍ତି।

ମଳିଥିବା ସୂଚନା ମୁତାବିକ, ସୋମବାର ଦିନ ବୈତରଣୀ ନଦୀ ଗର୍ଭରେ ବାଲି ଖୋଳା ଚାଲିଥିବା ବେଳେ ଏକ ମନ୍ଦିର ଓ ଶିବଲିଙ୍ଗ ଠାବ ହୋଇଥିଲା। ଯାଜପୁର ଦଶରଥପୁରର ବହୁ ପୁରାତନ ସିଦ୍ଧେଶ୍ବର ମନ୍ଦିରର ଦୁଇଶହ ମିଟର ଦୂରରେ ଥିବା ବୈତରଣୀ ନଦୀ ଗର୍ଭରୁ ଏକ ମନ୍ଦିରର ଚୂଡ଼ା ଦୃଶ୍ୟମାନ ହୋଇଛି।

ଜେସିବି ସାହାଯ୍ୟରେ ବେଆଇନ ବାଲି ଖୋଳା ଚାଲିଥିବା ବେଳେ ହଠାତ ଏହି ମନ୍ଦିର ଆବିଷ୍କୃତ ହୋଇଛି। ବାଲି ହଟିବା ପରେ ପାଣି ଭିତରେ ଥିବା ମନ୍ଦିର ଓ ଗୋଟିଏ ଶିବ ଲିଙ୍ଗ ଭଳି ଉଭା ହୋଇଥିଲା। ଏହି ପଥରର ଉଚ୍ଚତା ପାଖାପାଖି ୩ ଫୁଟ ରହିଛି। ନଦୀ ଗର୍ଭରୁ ମନ୍ଦିର ବାହାରିବା ଖବର ଜଣାପଡିବା ପରେ ନଦୀ ପଠାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି।

ନଦୀ ଗର୍ଭରୁ ମିଳିଥିବା ମନ୍ଦିର ଓ ଶିବଲିଙ୍ଗ ଭଳି ଦେଖା ଯାଉଥିବା ପ୍ରସ୍ତର ଖଣ୍ଡ କେତେ ବର୍ଷ ପୂରୁଣା ଏବଂ ଏହା ପ୍ରକୃତରେ କେଉଁ ମନ୍ଦିର ପ୍ରତ୍ନତତ୍ତ୍ବ ବିଭାଗ ଏହା ଉପରେ ଦୃଷ୍ଟି ଦେବାକୁ ଦାବି ହୋଇଛି।

Comments are closed.