Odisha Link
Bridging the Missing Links in Odisha

ଏସ୍‌ସିବିରେ ପଙ୍ଖା ଖସିବା ଘଟଣା: ବୃଦ୍ଧା ମୃତ

କଟକ: କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଫ୍ୟାନ ପଡ଼ି ଗୁରୁତର ଆହତ ହୋଇଥିବା ବୃଦ୍ଧାଙ୍କର ସୋମବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ମୃତକ ହେଲେ ମହିଳା ରୋଗୀ ପାର୍ବତୀ ଦାସ। ତାଙ୍କ ଘର ଯାଜପୁର ଜିଲ୍ଲା ବରୀ କୃଷ୍ଣନଗର ଅଞ୍ଚଳରେ।

ପ୍ରକାଶ ଯେ, ପାର୍ବତୀ ଦାଶ ଘରେ ପୂଜା କରୁଥିବା ସମୟରେ ଦୀପରୁ ନିଆଁ ଲାଗି ଅଗ୍ନିକାଣ୍ତ ଘଟିଥିଲା। ତାଙ୍କ ଶରୀରର ପ୍ରାୟ ୭୦ ପ୍ରତିଶତ ଜଳି ଯାଇଥିଲା।

ସେଥିପାଇଁ ତାଙ୍କୁ ଏସ୍‌ସିବିର ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା।ପାର୍ବତୀ ସେଠାରେ ଚିକିତ୍ସାଧୀନ ଥିବା ବେଳେ ଗତ ୮ ତାରିଖ ଦିନ ତାଙ୍କ ଉପରେ ଏକ ଫ୍ୟାନ୍ ଖସି ପଡ଼ିଥିଲା। ଫଳରେ ତାଙ୍କ ଅବସ୍ଥା ଆହୁରି ସଙ୍କଟାପନ୍ନ ହୋଇଯାଇଥିଲା।

ଏହା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

Comments are closed.