Odisha Link
Bridging the Missing Links in Odisha

ଗାଡି ବିକଟାଳ ଶବ୍ଦ କରୁଥିଲେ ସାଇଲେନ୍ସର ଖୋଲୁଛି ପୁଲିସ

ରାଉରକେଲା: ଗାଡିରୁ ଶବ୍ଦ ବାହାରିଲେ କଡା କାର୍ଯ୍ୟାନୁଷ୍ଠାନ ନେଉଛି ପୁଲିସ । ଚେକିଂ ସ୍ଥାନରେ ସାଇଲେନ୍ସର ଖୋଲିଦେବା ସହ ୫ ହଜାର ଟଙ୍କା ଲେଖାଁଏ ଫାଇନ୍ ପକାଉଛି ଟ୍ରାଫିକ୍ ପୁଲିସ ।

ଖାଲି ସେଥିକି ନୁହେଁ ସିଟ୍ ବେଲ୍ଟ, ହେଲମେଟ ଏବଂ ମୋବାଇଲରେ କଥା ହୋଇ ଗାଡି ଚଳାଉଥିଲେ ବି ନିଆଯାଉଛି ଦୃଢ କାର୍ଯ୍ୟାନୁଷ୍ଠାନ। ଚେକିଂକୁ ଜୋରଦାର କରିଛି ରାଉରକେଲା ସହରରେ ଟ୍ରାଫିକ ପୋଲିସ ଏବଂ ପରିବହନ ବିଭାଗ । ବିକଟାଳ ଶଦ୍ଦ କରୁଥିବା ସାଇଲେନ୍ସର ଉପରେ ନଜର ରଖିବା ସହ ଚାଳକଙ୍କୁ ଦେବାକୁ ପଡୁଛି ୫ ହଜାର ଟଙ୍କା ତଣ୍ଡ।

୭ ଦିନ ମଧ୍ୟରେ ୬୦ରୁ ଅଧିକ ଗାଡିରୁ ଜୋର ଶଦ୍ଦ କରୁଥିବା ସାଇଲେନ୍ସର ଖୋଲାଗଲାଣି। ସିଟ୍ ବେଲଟ, ହେଲମେଣ୍ଟ ଆଦି ଯାଞ୍ଚ ମଧ୍ୟ କରୁଛି ପୋଲିସ । ତେବେ ପୁଲିସ ହାତରେ ଧରାପଡିଲେ ବାଇକ୍ ଚାଳକ ବିଭିନ୍ନ ବାହାନା ଦେଖାଉଛନ୍ତି l ଆଗକୁ ଧରପଗଡ ଜାରି ରହିବ ବୋଲି କହିଛନ୍ତି ରାଉରକେଲା ଏସପି।

Comments are closed.