Odisha Link
Bridging the Missing Links in Odisha

ପୁଣି ଶାସକ-ବିରୋଧୀ ମୁହାଁମୁହିଁ, ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଧାନ କିଣା ପ୍ରସଙ୍ଗ ନେଇ ବିଧାନସଭାର ପଞ୍ଚମ ଦିନରେ ବି ସମାନ ସ୍ଥିତି। ଗୃହ ମଧ୍ୟ ଭାଗରେ ଶାସକ-ବିରୋଧୀଙ୍କ ନାରାବାଜି ଓ ହଟ୍ଟଗୋଳ। ବିରୋଧୀ ଓ ଶାସକ ମୁହାଁମୁହିଁ ଫଳରେ ବିଧାନସଭାର ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ, ବଜେଟ ଆଲୋଚନା ସବୁ କିଛି ଫିକା ପଡ଼ିଯାଉଛି।

ମଣ୍ଡିରୁ ଚାଷୀଙ୍କର ଧାନ ଉଠାଇବା ପ୍ରସଙ୍ଗ ଏବଂ ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ନେଇ ଜିଦରେ ଅଡ଼ି ବସିଛନ୍ତି ବିରୋଧୀ ଓ ଶାସକ। ଫଳରେ ଲଗାତର ୫ ଦିନ ଲାଗି ବିଧାନସଭା ଅଚଳ ହୋଇଛି।

ଅଧା ମିନିଟ ଗୃହକାର୍ଯ୍ୟ ଆରମ୍ଭ ହୋଇ ମୁଲତବୀ ମୋଡକୁ ଚାଲି ଯାଉଛି। ଆଜି ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ନାରାବାଜି ଓ ହଟ୍ଟଗୋଳ କାରଣରୁ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରାଯାଇଛି।

ସେପଟେ ବିଜେଡି ବିଧାୟକମାନେ ବିଧାନସଭାରୁ ରାଜଭବନ ଅଭିମୁଖେ ବାହରିଥିଲେ। ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗୃହରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବି ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ଦେବାକୁ ଦଳ ବାହାରିଥିଲା।

ଗୃହକାର୍ଯ୍ୟ ଆରମ୍ଭ ହୋଇ ମୁଲତବୀ ମୋଡକୁ ଯାଉଛି। ବାଚସ୍ପତି ବାଧ୍ୟ ହୋଇ ଗୃହକୁ ମୁଲତବୀ ଘୋଷଣା କରୁଛନ୍ତି। ଗୃହକୁ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବାକୁ ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକ ମଧ୍ୟ ଫେଲ ମାରିଛି।

Comments are closed.