Odisha Link
Bridging the Missing Links in Odisha

ବିଧାନସଭାରୁ ରାଜଭବନ ଅଭିମୁଖେ ବିଜେଡି ବିଧାୟକ

ଭୁବନେଶ୍ବର: ବିଧାନସଭାର ପଞ୍ଚମ ଦିନରେ ବି ସମାନ ସ୍ଥିତି। ଆଜି ବି ଚାଲିପାରିଲାନି ଗୃହ କାର୍ଯ୍ୟ। ଶାସକ ଏବଂ ବିରୋଧୀ ଦଳର ସଦସ୍ୟଙ୍କ ନାରାବାଜି ଓ ହଟ୍ଟଗୋଳ କାରଣରୁ ଆଜି ଦିନ ୧୨ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରାଯାଇଛି।

ସେପଟେ ବିଜେଡି ବିଧାୟକମାନେ ବିଧାନସଭାରୁ ରାଜଭବନ ଅଭିମୁଖେ ବାହାରିଛନ୍ତି। ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗୃହରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି ଶାସକ ଦଳ ବିଧାୟକ। ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ଦେବାକୁ ବାହାରିଛି ଦଳ।

ସୂଚନାଯୋଗ୍ୟ, ବିଧାନସଭାରେ ନାରାବାଜି ଓ ହଟ୍ଟଗୋଳ କାରଣରୁ ବାରମ୍ବାର ଗୃହ ମୁଲତବୀ ହେଉଥିବାରୁ ଗତକାଲି ସର୍ବଦଳୀୟ ବୈଠକ ଡକାଯାଇଥିଲା। ମାତ୍ର ତାହା ବି ବିଫଳ ହୋଇଥିଲା । ବିରୋଧୀ ଦଳ ଧାନ କିଣା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିବୃତି ରଖିବାକୁ ଅଡ଼ି ବସିଥିବା ବେଳେ ସରକାରୀ ଦଳ ଏଥିରେ ରାଜି ନୁହନ୍ତି। ଯେଉଁଥି ପାଇଁ କୌଣସି ନିଷ୍କର୍ଷ ବହିରିପାରିଲା ନାହିଁ।

Comments are closed.