Odisha Link
Bridging the Missing Links in Odisha

ଆଉ ଲକଡ଼ାଉନ ସ୍ଥିତିକୁ ଫେରିବାନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦେଶରେ କରୋନା ସକ୍ରଂମଣ ବଢ଼ିଚାଲିଥିବା ବେଳେ ଏହାର ମୁକାବିଲା ପାଇଁ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ। ଆଉ ଲକଡାଉନ ସ୍ଥିତିକୁ ଫେରିବାନି ବୋଲି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାକୁ ସମସ୍ତେ ଚେଷ୍ଟା କରିବା ଉଚିତ, ସତର୍କ ହେବା ଦରକାର।

କୋଭିଡ ନିୟମ ମାନିବାକୁ ଲୋକେ ଢିଲାପଣ ଦେଖାଉଛନ୍ତି। ବିଭିନ୍ନ ଦେଶ ଓ ରାଜ୍ୟରେ ସଂଖ୍ୟା ବଢ଼ିବା ପରେ ସତର୍କ ହେବା ନିହାତି ଜରୁରୀ। ଏତେ ବିଶାଳ ଜନସଂଖ୍ୟାରେ ହର୍ଡ ଇମ୍ୟୁନିଟି ହାସଲ ସମ୍ଭବପର ନୁହେଁ, ଏହା ସମୟ ସାପେକ୍ଷ। ତେଣୁ ସତର୍କ ରହିବା ନିହାତି ଜରୁରୀ। ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ।

ଦେଶର ବିଭିନ୍ନ ରାଜ୍ୟରେ ପୁଣି କରୋନାର ଦ୍ୱିତୀୟ ଲହର ଦେଖାଦେଇଛି। ମହାରାଷ୍ଟ୍ର ଓ ଗୁଜରାଟର ସୁରଟ ସମେତ କିଛି ସହରରେ ଆଜିଠାରୁ ନାଇଟକର୍ଫ୍ୟୁ ଜାରି ହୋଇଛି । କରୋନା ସଙ୍କଟ ଭିତରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୋଦି।

ଏଥିରେ ଟେଷ୍ଟିଂ ବଢାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ବିଶେଷକରି ଟେଷ୍ଟିଙ୍ଗ, ଟ୍ରାକିଙ୍ଗ ଓ ଟ୍ରିଟମେଂଟ ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆରଟି-ପିସିଆର ଟେଷ୍ଟିଂ ବଢାଇବା, ଟିକାକରଣ ଉପରେ ବି ଗୁରୁତ୍ୱ ଦେଇଛନ୍ତି।

Comments are closed.