Odisha Link
Bridging the Missing Links in Odisha

ଗଣମାଧ୍ୟମ ପ୍ରତିନିଧିଙ୍କୁ ଦିଆଯାଉ କରୋନା ଟିକା

ଭୁବନେଶ୍ୱର: କିଛି ଦିନ ହେବ ପୁଣି କଲବଲ କରୁଛି କରୋନା। ରାଜ୍ୟରେ ସଂକ୍ରମଣ ବଢ଼ିଥିବା ବେଳେ ଏହାର ମୁକାବିଲା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ମଧ୍ୟ ଜୋରଦାର ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ବୟସ୍କ ଓ ଗୁରୁତର ଲୋକଙ୍କୁ ଟିକା ଦିଆଯାଉଛି। ଏହାରି ମଧ୍ୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଟିକାକରଣରେ ସାମିଲ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ଏସିଏସ୍‌ ପ୍ରଦୀପ ମହାପାତ୍ର।

ସମ୍ମୁଖ ଯୋଦ୍ଧା ଭାବେ କାମ କରୁଥିବା ଆଉ କିଛି ବର୍ଗଙ୍କୁ ଟିକାରେ ସାମିଲ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀଙ୍କୁ ଏଥିରେ ସାମିଲ ପାଇଁ ଦାବି ରହିଛି।

ବିଦ୍ୟୁତ ଓ ଜଳଯୋଗାଣ କର୍ମଚାରୀ, ଏୟାରେପୋର୍ଟ, ରେଲୱେ, ବନ୍ଦରରେ କାର୍ଯ୍ୟରତ କର୍ମଚାରୀ, ଶ୍ରୀମନ୍ଦିର ଓ ଲିଙ୍ଗରାଜ ସେବାୟତଙ୍କୁ ଟିକା ଦେବାକୁ ଚିଠିରେ ଉଲ୍ଲେଖ ରହିଛି। ତ୍ୱରିତ ପଦକ୍ଷେପ ନେଇ ଉପଭୋକ୍ତ ବର୍ଗଙ୍କୁ ସାମିଲ ପାଇଁ ସେ ନିବେଦନ କରିଛନ୍ତି।

Comments are closed.