Odisha Link
Bridging the Missing Links in Odisha

ଦାଦନ ଶ୍ରମିକରୁ ସିନେମା ହିରୋ

ବାଲିଗୁଡ଼ା : ଦାଦନ ଶ୍ରମିକରୁ ସିନେମା ଅଭିନେତା। ଏଭଳି ସୁଯୋଗ ପାଇଛନ୍ତି କନ୍ଧମାଳର ପୁଅ ରାଜକୁମାର ନାୟକ। ସେ ଗୋଟିଏ ନୁହେଁ ଛଅଟି ମାଲାୟାଲମ ସିନେମାରେ ଅଭିନୟ କରି ଅନେକ ଲୋକଙ୍କ ମନ କିଣି ନେଇଛନ୍ତି। କିନ୍ତୁ ତାଙ୍କୁ ଏହି ସଫଳତା ଗୋଟିଏ ଦିନରେ ମିଳି ନାହିଁ। ଅନେକ କଠିନ ପରିଶ୍ରମ କରି ସେ ଏହି ସ୍ଥାନରେ ପହଁଞ୍ଚିଛନ୍ତି।

ରାଜକୁମାରଙ୍କ ଘର କନ୍ଧମାଳ ଜିଲ୍ଲା ବେଲଘରରେ। ସେ ଖୁବ୍ ଗରିବ ପରିବାରରୁ ଆସିଥିଲେ। ଅଭାବ ଅନାଟନ ମଧ୍ୟରେ ସେ ୨୦୧୨ ମସିହାରେ ତୁମୁଡ଼ିବନ୍ଧ କଲେଜରେ ଯୁକ୍ତ ୨ରେ ଆଡମିଶନ୍‌ ନେଇଥିଲେ।

ହେଲେ ଆର୍ଥିକ ପରିସ୍ଥିତି ଖରାପ ଥିବା ଯୋଗୁଁ ସେ ପାଠପଢ଼ା ଛାଡି କେରଳକୁ ଦାଦନ ଖଟିବାକୁ ଚାଲିଯାଇଥିଲେ। ସେଠାରେ ଏକ ହୋଟେଲରେ କାମ କରିବା ସହ ଜିମ୍‌ରେ ବଡି ବିଲ୍ଡିଂରେ ଜଏନ୍ କରିଥିଲେ।

ପରେ ମାଲାୟାଲମ ସିନେମା ଦୁନିଆରେ ପାଦ ଥାପିବାକୁ ସୁଯୋଗ ପାଇଥିଲେ । ତାଙ୍କ ଅଭିନୀତ ହିଟ୍ ସିନେମା ମଧ୍ୟରେ ରହିଛି ଜାଲିକାଟୁ ଓ ସ୍ୱଦନ୍ତ୍ରା ଅର୍ଦ୍ଧରାତ୍ରୀ।

Comments are closed.