Odisha Link
Bridging the Missing Links in Odisha

କରୋନା ସ୍ଥିତିର ସମୀକ୍ଷା କରିବେ ମୋଦି, ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ହେବ ଆଲୋଚନା

ନୂଆଦିଲ୍ଲୀ: ଦେଶରେ ପୁଣି କରୋନା ସଂକ୍ରମଣ ହାର ବଢ଼ିବାରେ ଲାଗିଛି। କେତେକ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଚିନ୍ତାଜନକ ହେବା ବେଳେ କିଛି ରାଜ୍ୟରେ ଲକ୍ ଡାଉନ୍, ସଟ୍ ଡାଉନ ଓ ରାତ୍ରୀକାଳୀନ କର୍ଫ୍ୟୁ ମଧ୍ୟ ଆରମ୍ଭ ହୋଇଛି। ଦେଶର କରୋନା ସ୍ଥିତି ନେଇ ଆଜି ସବୁ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ। ଆଜି ଦିନ ୧୧ରେ ଏହି ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଗତ ଜାନୁଆରୀରେ କରୋନା ସଂକ୍ରମଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଥିଲେ ମୋଦି। ଜାନୁଆରୀ ବୈଠକରେ ଟିକାକରଣ ସମ୍ପର୍କରେ ଆଲୋଚନା କରିଥିଲେ। ​ଏବେ ସଂକ୍ରମଣକୁ ନେଇ କି ପ୍ରକାର ପଦକ୍ଷେପ ନିଆଯିବ ସେ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ।

ଅନ୍ୟପଟେ ଟିକାକରଣ କାର୍ଯ୍ୟକ୍ରମ ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି। ୨ ମାସ ହେବ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୩ କୋଟି ଲୋକଙ୍କୁ ଭ୍ୟାକସିନ ଦିଆଯାଇସାରିଲାଣି। ଟିକାକରଣ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିପାରନ୍ତି।

Comments are closed.