Odisha Link
Bridging the Missing Links in Odisha

ରାଜଧାନୀରେ ଫାଟିଲା ଟ୍ରାନ୍ସଫର୍ମର, ୪ ଗୁରୁତର

ଭୁବନେଶ୍ଵର: ଭୁବନେଶ୍ୱର ଓମଫେଡ ଛକ ନିକଟରେ ବଡ଼ ଅଘଟଣ। ନିଆଁ ଲାଗିବାରୁ ଫାଟିଲା ଟ୍ରାନ୍ସଫର୍ମର। ଟ୍ରାନ୍ସଫର୍ମର ଫାଟି ୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଜି ଭୋର ୫ଟା ସମୟରେ ଏଭଳି ଏକ ଅଘଟଣ ଘଟିଛି।

ସୁଚନା ମୁତାବକ, ଆଜି ଭୋର ୫ଟା ସମୟରେ ଏକ ଜଳଖିଆ ଦୋକାନ ନିକଟରେ ବିସ୍ଫୋରଣ ଘଟି ଦୋକାନରେ ନିଆଁ ଲାଗିଯାଇଥିଲା। ବିସ୍ଫୋରଣରେ ଦୋକାନ ମାଲିକ ଓ ତାଙ୍କ ପୁଅ ସମେତ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରିଛି। ଏଥିସହ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ଘଟଣା ସ୍ଥଳରେ ଅଗ୍ନିସବ ବାହିନୀ ଏବଂ ଇଲେକ୍ଟ୍ରି ଡିପାର୍ଟମେଣ୍ଟର ଅଧିକାରୀ ମାନେ ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.