Odisha Link
Bridging the Missing Links in Odisha

ଅଟୋ ଡ୍ରାଇଭରଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ, ମିଳିଲା ଫିଲ୍ମ ଅଫର

ମୁମ୍ବାଇ: ସୋସିଆଲ ମିଡିଆ କେତେ ବେଳେ କାହାର ଭାଗ୍ୟ ବଦଳାଇ ଦେବ ତାହା କହିହେବନି। ରାତାରାତି କାହାକୁ ଷ୍ଟାର କରିବାରେ ସୋସିଆଲ ମିଡିଆର ଅବଦାନ ଅନେକ। ସୋସିଆଲ ମିଡିଆ ଜଣେ ଅଟୋ ଡ୍ରାଇଭରଙ୍କ ଭାଗ୍ୟ ବଦଳାଇ ଦେଇଛି। ଖୁସିରେ ନାଚୁ ନାଚୁ ରାତାରାତି ହୋଇଗଲେ ଷ୍ଟାର ଏବଂ ମିଳିଲା ଫିଲ୍ମ ଅଫର। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।

ଜଣେ ଅଟୋ ଡ୍ରାଇଭରଙ୍କ ଡ୍ୟାନ୍ସ ଏବେ ସୋସିଆଲ ମିଡିଆରେ ଏତେ ଭାଇରାଲ ହୋଇଛି। ବିନା ଶିକ୍ଷାରେ ତାଳ ସହ ତାଳ ଦେଇ ନାଚୁଥିବା ଅଟୋ ଚାଳକଙ୍କ ନୃତ୍ୟ ଏତେ ମନଛୁଆଁ ହୋଇଥିଲା ଯେ ତାଙ୍କ ନାଚ ଦେଖି ସମସ୍ତେ ଝୁମିବା ସହ ଫିଲ୍ମ ନିର୍ଦ୍ଦେଶକ ଦୁଇଟି ଦୁଇଟି ସିନେମାର ଅଫର ଦେଇଛନ୍ତି ଆଉ ଡ୍ରାଇଭର ଜଣଙ୍କ ସିନେମା ପାଇଁ ସାଇନ ବି କରିଛନ୍ତି।

ସୂଚନା ମୁତାବକ, ମହାରାଷ୍ଟ୍ରର ୪୫ ବର୍ଷୀୟ ବ୍ୟକ୍ତି ବାବାଜୀ କାମ୍ବଲେ ବାରାମତୀ ସହରରେ ଅଟୋ ଚଳାନ୍ତି। ଅଟୋରେ ଗ୍ୟାସ ଭରିବାକୁ ପେଟ୍ରୋଲ ପମ୍ପ ଯାଇଥିବା ବେଳେ କରେଣ୍ଟ ନଥିବାରୁ ଅପେକ୍ଷା କରିବାକୁ ପଡିଥିଲା। ଆଉ ଏତିକି ବେଳେ ସମୟ ଅତିବାହିତ କରିବାକୁ ବାବାଜୀ ଅଟୋରେ ଗୀତ ବଜାଇଥିଲେ ବି ସାଥି ଅଟୋ ଚାଳକ ଡ୍ୟାନ୍ସ କରିବାକୁ ବାଧ୍ୟ କରିଥିଲେ। ଆଉ ତାପରେ ପେଟ୍ରୋଲ ପମ୍ପରେ ଡ୍ରାଇଭର କରିଥିଲେ ଧମାକେଦାର ଡ୍ୟାନ୍ସ। ମହାରାଷ୍ଟ୍ରର ମହିଳାମାନେ କରୁଥିବା ପାରମ୍ପରିକ ଲୋକନୃତ୍ୟୁ ‘ଲାବଣୀ’ ନାଚି ସମସ୍ତଙ୍କ ଚମକାଇ ଦେଇଥିଲେ ବାବାଜୀ

ତେବେ ଡ୍ରାଇଭରଙ୍କ ଏହି ଭିଡିଓଟି ଚାହୁଁଚାହୁଁ ଏତେ ମାତ୍ରାରେ ଭାଇରାଲ ହୋଇଗଲା ଯେ, ଶେଷରେ ତାଙ୍କ ପ୍ରତିଭାରେ ପ୍ରଭାବିତ ହୋଇ ଫିଲ୍ମ ନିର୍ଦ୍ଦେଶକ ଘନଶ୍ୟାମ ୟେଡେ ତାଙ୍କୁ ଅଫର ଦେଇଥିଲେ ଆଉ ସେ ଦୁଇଟି ମରାଠୀ ଫିଲ୍ମ ‘ଚଲରେ ଫୌଜୀ’ ଏବଂ ‘କବଚ’ରେ କାମ କରିବେ ବୋଲି ଜଣାପଡିଛି।

 

Comments are closed.