Odisha Link
Bridging the Missing Links in Odisha

‘ଚେହେରେ’ରେ ନଜର ଆସିଲେ ରିୟା, ଟ୍ରେଲର ରିଲିଜ୍

ମୁମ୍ବାଇ: ରିଲିଜ୍‌ ହେଲା ନିର୍ଦ୍ଦେଶକ ରୁମି ଜାଫରୀଙ୍କ ଫିଲ୍ମ ‘ଚେହେରେ’ର ଟ୍ରେଲର। ଫିଲ୍ମର ଟ୍ରେଲରରେ ଅମିତାଭ ବଚ୍ଚନ ଓ ଇମ୍ରାନ ହାସମୀ ମୁଖ୍ୟ ଭୂମିକାରେ ଥିବା ବେଳେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ମଧ୍ୟ ଏହି ଫିଲ୍ମରେ ଚଜର ଆସିଛନ୍ତି। ‘ଚେହରେ’କୁ ନେଇ ଦୀର୍ଘ ଦିନ ଧରି ସସ୍ପେନ୍ସ ଲାଗି ରହିଥିଲା। ଫିଲ୍ମରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଭୂମିକା ସମ୍ପୂର୍ଣ୍ଣ ଭାବେ କଟାଯାଇଛି ବୋଲି ଅନୁମାନ କରାଯାଉଥିଲା। ମାତ୍ର ‘ଚେହେରେ’ ନଜର ଆସିଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ।

ଫିଲ୍ମର ଟ୍ରେଲରରେ ଅମିତାଭ ବଚ୍ଚନ ଓ ଇମ୍ରାନ ହାସମୀ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି। ଟ୍ରେଲରରେ ଏକ ବିପଜ୍ଜନକ ଖେଳ ଖେଳାଯାଉଛି ଯେଉଁଥିରେ କୋର୍ଟରୁମର ଡ୍ରାମା ଦେଖିବାକୁ ମିଳୁଛି। ଟ୍ରେଲରରେ ଏକ ଓକିଲଙ୍କ ସମୁହ ନଜର ଆସୁଛନ୍ତି ଯାହାର ପାର୍ଟ ହେଉଛନ୍ତି ବିଗ୍ ବି, ଅନୁ କପୁର ଓ ରଘୁବୀର ଯାଦବ। ସମସ୍ତେ ମିଶି ଏକ କୋର୍ଟ ଭଳି ପରିବେଶ ପ୍ରସ୍ତୁତ କରିଛନ୍ତି ଯେଉଁଠି ନିଷ୍ପତି ଶୁଣାଯାଉଛି। ଏହା ମଧ୍ୟରେ ଇମ୍ରାନ୍ ହାସମୀ ମଧ୍ୟ ଯୋଡି ହୋଇଛନ୍ତି ଏବଂ ତାଙ୍କୁ ଅମିତାଭ ବଚ୍ଚନ ନିଜ ଖେଳରେ ଅଭିଯୁକ୍ତ କରୁଛନ୍ତି।

ଧିରେ ଧିରେ ଖେଳ ନୂଆ ମୋଡ ନେଉଛି। ଏହା ମଧ୍ୟରେ ଅନେକ ସତ ବାହାରକୁ ଆସୁଛି। କ୍ରିଷ୍ଟେଲ ଡିସୁଜା, ଇମ୍ରାନଙ୍କ ପ୍ରେମିକାଙ୍କ ଭୂମିକାରେ ନଜର ଆସୁଛନ୍ତି। ଏହି ଫିଲ୍ମର ଟିଜର, ପୋଷ୍ଟର ସବୁଥିରେ ରିୟା ଚକ୍ରବର୍ତ୍ତୀ ପୂରାପୁରି ଭାବେ ଗାଏବ ହୋଇଯାଇଥିବା ନଜର ଆସିଥିଲା। କିନ୍ତୁ ଶେଷରେ ତାଙ୍କର ଗୋଟିଏ ଝଲକ ଟ୍ରେଲରେ ଦେଖିବାକୁ ମିଳିଛି।

ଅମିତାଭ ବଚ୍ଚନ ଏବଂ ଇମ୍ରାନ ହାସମୀ ଅଭିନୀତ ଏହି ସସପେନ୍ସ ଥ୍ରୀଲର ଫିଲ୍ମର ଟ୍ରେଲର କିଛି ସମୟ ପୂର୍ବରୁ ରିଲିଜ୍ ହୋଇଛି। ଟ୍ରେଲରରୁ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ଏକ୍ସାଇଟମେଣ୍ଟ ଆହୁରି ବି ବଢ଼ିଯାଇଛି। ଟ୍ରେଲର ରିଲିଜ ହେବା ପରେ ସୋସିଆଲ ମିଡିଆରେ ଏହା ଟ୍ରେଣ୍ଡ କରିବାରେ ଲାଗିଛି।

Comments are closed.