Odisha Link
Bridging the Missing Links in Odisha

ନବବଧୂଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ପଟ୍ଟାମୁଣ୍ଡାଇ : ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ପୋଡି ମାରି ଦେଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏଭଳି ଅଭିଯୋଗ ମୃତ ମହିଳାଙ୍କ ବାପଘର ଲୋକ ଆଣିଛନ୍ତି। ମୃତକ ଜଣଙ୍କ ହେଲେ ମନୋହର ବିଶ୍ବାଳଙ୍କ ଝିଅ ଗୀତାଞ୍ଜଳି ବିଶ୍ବାଳ। ବଢ଼େଇ ପଡ଼ା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ପ୍ରକାଶ ଯେ, ଦୀର୍ଘ ୮ ବର୍ଷ ତଳେ କାଳୁପଡା ଗାଁର ମନୋହର ବିଶ୍ବାଳଙ୍କ ଝିଅ ଗୀତାଞ୍ଜଳି ବଢ଼େଇପଡା ଗାଁର ଦାମୋଦର ବିଶ୍ବାଳଙ୍କୁ ବିବାହ କରିଥିଲେ। ଗୋଟିଏ ଝିଅ ଜନ୍ମ ହୋଇ ମରିଯାଇଥିବାବେଳେ ଆଉ କୌଣସି ପିଲା ହୋଇନଥିଲେ।

ସହି କାରଣରୁ ଦୀର୍ଘ ଦିନ ହେବ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ତେବେ ସେହି କାରଣରୁ ନିଜେ ସ୍ଵାମୀ-ସ୍ତ୍ରୀକୁ ପୋଡି ମାରିଦେଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଗୀତାଞ୍ଜଳି ବିଶ୍ବାଳ। ଏ ନେଇ ପଟ୍ଟାମୁଣ୍ଡାଇ ଥାନାରେ ମହିଳାଙ୍କ ପରିବାରଲୋକ ଅଭିଯୋଗ କରିଛନ୍ତି।

Comments are closed.